ଆଳିରେ ବୁଥ୍‌ ରିଗିଂ ଅଭିଯୋଗ; ଭୋଟରଙ୍କୁ ପ୍ରଭାବିତ କରାଯାଉଥିବା ଭିଡିଓ ଭାଇରାଲ

ଜଣେ ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ଭୋଟ୍ ଦେଉଥିବା ଅଭିଯୋଗ

କେନ୍ଦ୍ରାପଡ଼ା: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ଭୋଟ୍‌ ଗ୍ରହଣ ହେଉଛି।

ତେବେ କେନ୍ଦ୍ରାପଡ଼ା ଆଳିରେ ବୁଥ୍ ରିଗିଂ ନେଇ ଅଭିଯୋଗ ହୋଇଛି। ସିଙ୍ଗିର ବଜାର ଅଳିହା ୟୁପି ସ୍କୁଲର ୩୧୦ ନମ୍ବର ବୁଥ୍‌ରେ ଜଣେ ବ୍ୟକ୍ତି ଭୋଟରଙ୍କୁ ପ୍ରଭାବିତ କରିବା ସହ ଅନ୍ୟମାନଙ୍କ ପାଇଁ ବି ଭୋଟ୍ ଦେଉଥିବା ଅଭିଯୋଗ ହୋଇଛି। ଏହି ଦୃଶ୍ୟ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି।

ଭାଇରାଲ୍ ହୋଇଥିବା ଭିଡିଓରେ ବାଇଗଣୀ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ଏହି ବ୍ୟକ୍ତି ଜଣଙ୍କ ଏକ ଇଭିଏମ୍‌ ମେସିନ୍ ପାଖରେ ଛିଡ଼ା ହେବା ସହ ଭୋଟ୍ ଦେବାକୁ ଆସୁଥିବା ଲୋକଙ୍କ ସହିତ କଥା ହେଉଛନ୍ତି। ଏପରିକି ସେମାନେ ଭୋଟ୍ ଦେଉଥିବା ବେଳେ ଉକ୍ତ ବ୍ୟକ୍ତି ଜଣଙ୍କ ଦେଖୁଛନ୍ତି। ସେମାନଙ୍କୁ ସେ କିଛି ନିର୍ଦ୍ଦେଶ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ସେ ନିଜେ ଏକାଧିକ ଥର ଭୋଟ୍ ଦେଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଏମ୍‌ପି (ସାଂସଦ) ଇଭିଏମ୍ ପାଖରେ ସେହି ବ୍ୟକ୍ତି ଜଣଙ୍କ ଛିଡ଼ା ହୋଇ ଏଭଳି କାମ କରୁଥିଲେ। ସେ ପୋଲିଂ କର୍ମଚାରୀ ଅବା କୌଣସି ଦଳର ଏଜେଣ୍ଟ ମଧ୍ୟ ନୁହନ୍ତି ବୋଲି ଜଣାପଡ଼ିଛି। ତେବେ ସେ କେମିତି ବୁଥ୍‌ ଭିତରେ ପଶି ଭୋଟରଙ୍କୁ ପ୍ରଭାବିତ କରିବାକୁ ସାହସ କଲେ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

You might also like