ଭଦ୍ରକରେ ଖୋଲିବ ବହି ଓ ଷ୍ଟେସ୍‌ନାରୀ ଦୋକାନ

ଭଦ୍ରକ: ଭଦ୍ରକରେ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ବହି ଦୋକାନ। ଲକଡାଉନ ନିୟମକୁ କୋହଳ କରି ବହି ଓ ଷ୍ଟେସନାରୀ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ। ପ୍ରତି ରବିବାର ସକାଳ ୬ରୁ ଦିନ ୧ଟା ଯାଏଁ ଖୋଲା ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଲକଡାଉନ ଅବଧି ଶେଷ ହେଉଥିବା ମେ ୩ ଯାଏଁ  ଏସବୁ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ। ସେହିପରି ଅଟୋ ଚାଳକଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଇଛି।

ରୋଗୀ କିମ୍ବା ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାରଣରୁ ଯାତ୍ରା କଲେ ୨ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ଟ୍ୱିଟ୍ ଯୋଗେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଏହି  ସୂଚନା ଦେଇଛନ୍ତି।

You might also like