ଖୋଲିଲା ବମିଖାଲ ଫ୍ଲାଏଓଭର୍‌

ଭୁବନେଶ୍ୱର: ଖୋଲିଲା ବମିଖାଲ ଫ୍ଲାଏଓଭର ବ୍ରିଜ୍। ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଏଓଭର ବ୍ରିଜ୍‌କୁ ଉଦ୍‌ଘାଟନ କରିଛନ୍ତି। ପ୍ରାୟ ୧୫୪୭ ମିଟର ଲମ୍ବ ଏହି ଫ୍ଲାଏଓଭର ନିର୍ମାଣରେ ୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

୨୦୧୨ ମସିହାରୁ ବମିଖାଲ ଫ୍ଲାଏଓଭର ବ୍ରିଜ୍‌ର ନିର୍ମାଣ କାମ ଆରମ୍ଭ ହୋଇଥିଲା। ତେବେ ଏହା ଶେଷ ହେବା ପାଇଁ ୭ ବର୍ଷ ସମୟ ଲାଗିଛି। ଫ୍ଲାଏଓଭର ନିର୍ମାଣ ବେଳେ ବାରମ୍ବାର ଦୁର୍ଘଟଣା ଘଟିବା ଫଳରେ ୨ ଜଣଙ୍କ ଜୀବନ ବି ଯାଇଥିଲା। ଏହାପରେ ଠିକା ସଂସ୍ଥା ପଣ୍ଡା ଇନଫ୍ରା ପ୍ରୋଜେକ୍ଟକୁ ସରକାର ବ୍ଲାକ୍ ଲିଷ୍ଟ କରିବା ସହିତ ବାକି ନିର୍ମାଣ କାମ ପୂର୍ତ୍ତ ବିଭାଗ ଦ୍ୱାରା କରାଇଥିଲେ।

ଗତ ୧୯ ତାରିଖରେ ଏହି ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ କାମ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଥିଲା। ବିଳମ୍ବରେ ହେଲେବି ଏହି ଓଭରବ୍ରିଜ୍‌ ନିର୍ମାଣ ଫଳରେ କଟକ ରୋଡ୍‌ରେ ଟ୍ରାଫିକ ସମସ୍ୟା ସୁଧୁରିବା ସହ ଜନସାଧାରଣ ଉପକୃତ ହେବେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ଆହୁରି ପଢ଼ନ୍ତୁ

କାହିଁକି ଦେବୀଙ୍କ ଘରେ ପଶିଲା CBI ?

ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

You might also like