ପେଟ୍ରୋଲ ପମ୍ପରେ ବୋମାମାଡ଼ କରି ଫେରାର ହୋଇଗଲେ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପେଟ୍ରୋଲ ପମ୍ପରେ ବୋମାମାଡ଼। ସାମାନ୍ୟ ବଚସାରୁ ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ସିଙ୍ଗାପଡା ପେଟ୍ରୋଲ ପମ୍ପରେ ପେଟ୍ରୋଲ ବୋମାମାଡ଼ ହୋଇଛି। ଫଳରେ ନିଆଁ ଲାଗି ପେଟ୍ରୋଲ ପମ୍ପର ମାପଓଜନ ମେସିନ ଜଳିଯାଇଛି। ଗତକାଲି ବିଳମ୍ବିତ ରାତି ୩ଟା ୨୮ରେ ଏହି ଘଟଣା ଘଟିଛି।

ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ସିସିଟିଭି ଯାଞ୍ଚ ସହ ଛାନଭିନ ଆରମ୍ଭ କରିଛି।

ସୂଚନାଥାଉ କି, ଗତକାଲି ସମ୍ପୃକ୍ତ ଯୁବକ ପେଟ୍ରୋଲ ପମ୍ପ ଆସିଥିଲେ ଓ ଏକ ବଟଲରେ ପେଟ୍ରୋଲ ମାଗି ଥିଲେ। ତେବେ ଓଜନ ମାପକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ଉକ୍ତ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ତେଣୁ ରାତିରେ ଏକ ପେଟ୍ରୋଲ ବୋମା ପକାଇ ସେ ନିଆଁ ଲଗାଇ ଦେଇଥିବା ପେଟ୍ରୋଲ ପମ୍ପ ମ୍ୟାନେଜର କହିଛନ୍ତି।

You might also like