ଓଟିଭି ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

କୋଣାର୍କ: କୋଣାର୍କ ବାଲିସାହିରେ ଥିବା  OTV ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। କୋଣାର୍କ ବାଲିସାହିରେ ଥିବା OTV ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି।  ଗୋଟିଏ ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି ।

ବୋମାମାଡ଼ ପରେ ବନ୍ଧୁକ ଦେଖାଇ ଘଟଣାସ୍ଥଳରୁ ୩ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ତେବେ ବୋମାମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓଟିଭି ପ୍ରତିନିଧିଙ୍କ ପରିବାର ଲୋକେ। କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି।

କୋଣାର୍କ ପ୍ରତିନିଧିଙ୍କ କହିବା ଅନୁଯାୟୀ, ଗତକାଲି ସେ ଘରେ ନ ଥିବା ବେଳେ ବୋମାମାଡ ହୋଇଥିଲା। ତିନିଜଣ ଯୁବକ ମୁହଁରେ ଗାମୁଛା ଘୋଡ଼ାଇ ଏକ ମୋଟର ସାଇକେଲ୍‌ରେ ଆସିଥିଲେ। ବୋମାମାଡ କରି ଫେରାର ହୋଇଯାଇଥିଲେ। ବୋମାମାଡରେ ତାଙ୍କ ଗୁହାଳ ଘର କ୍ଷତିଗ୍ରସ୍ଥ ହୋଇଛି । ଅଜବେଷ୍ଟେସ କିଛି ଅଂଶ ଭାଙ୍ଗି ଯାଇଥିବା ବେଳେ ତାଙ୍କ ପରିବାରର ଲୋକେ  ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଏ ନେଇ ସେ କୋଣାର୍କ ଥାନା ଆଇଆଇସିଙ୍କୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପ୍ରାଥମିକ ତଦନ୍ତ କରିଛି । ପୁଲିସ ପାଟ୍ରୋଲିଂ ବେଳେ ମେଡିକାଲ ଛକ ଓ ମାଧିପୂର ଛକରେ ସେମାନଙ୍କୁ ଅଟକାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ସେମାନେ ବନ୍ଧୁକ ଦେଖାଇ ଖସି ପଳାଇଥିଲେ ।

ଆହୁରି ପଢ଼ନ୍ତୁ

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

You might also like