ବିଜେଡି ନେତାଙ୍କ କାର୍‌ ଉପରକୁ ବୋମାମାଡ଼

ଯାଜପୁର: ବିଚ୍ ରାସ୍ତା ଉପରେ ବିଜେଡି ନେତାଙ୍କୁ ଆକ୍ରମଣ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଯୁବ ବିଜେଡି ସଭାପତି ପ୍ରସନ୍ନ ରାଉତଙ୍କ କାର୍‌ ଉପରକୁ ଜଣେ ଯୁବକ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି।

ବୋମାମାଡ଼ରେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି।

ସୂଚନା ଅନୁସାରେ, ପ୍ରସନ୍ନ ଆଜି ସକାଳ ପ୍ରାୟ ୧୦ଟା ବେଳକୁ ଜାରକା ଅଭିମୁଖେ ଯାଉଥିଲେ। ତେବେ ନାକପୁଲ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଯୁବକ ତାଙ୍କ କାର୍ ଉପରକୁ ବୋମା ଫିଙ୍ଗିଥିଲେ। ବୋମାମାଡ଼ କରି ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

You might also like