ଜିଲ୍ଲା ପରିଷଦ ସଭ୍ୟାଙ୍କ ଗାଡ଼ିକୁ ବୋମାମାଡ଼ ଅଭିଯୋଗ

ଯାଜପୁର: ଯାଜପୁରର ସୁକିନ୍ଦାରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ସୁକିନ୍ଦା ୩୯ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ରାଜ୍‌ଙ୍କ ଗାଡ଼ିକୁ କେହି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି।

ଫଳରେ ସେ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ଗାଡ଼ିର କିଛି ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସରୋଜିନୀ ହରିପୁରରୁ ନିର୍ବାଚନ ପ୍ରଚାର ସାରି ଫେରୁଥିବା ବେଳେ ଏହି ବୋମାମାଡ଼ ହୋଇଛି।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like