ପୁଣି ଦଲେଇପୁଟ ଗାଁରେ ବୋମାମାଡ଼

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଦଲେଇପୁଟ ଗାଁରେ ପୁଣି ଥରେ ବୋମାମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗାଁର ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ପୁଣି ଥରେ ବୋମା ମାଡ଼ କରିଛନ୍ତି ଦୁବୃର୍ତ୍ତ।

ଦୁବୃର୍ତ୍ତମାନେ ଦୃଦାନନ୍ଦଙ୍କ ଘର ଉପରକୁ ବୋମା ପକାଇ ପଳାଇ  ଯାଉଥିବା ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଘଟଣାରେ ହୃଦାନନ୍ଦଙ୍କ ଘରର କାନ୍ଥ ନଷ୍ଟ ହୋଇଯାଇଛି।

ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ ହୋଇଥିବା କୁହାଯାଉଛି। ତେବେ ବାରମ୍ବାର ଏପରି ଘଟଣାକୁ ନେଇ ପରିବାର ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନ୍‌ଭିନ୍‌ କରୁଛନ୍ତି।

ଏହାପୂର୍ବରୁ ବି ଅଗଷ୍ଟ ୧୧ ତାରିଖରେ ହୃଦାନନ୍ଦଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିଲା। ତେବେ ଏହି ମାମଲାରେ କାହାରିକୁ ଗିରଫ କରିନି ପୋଲିସ୍।

You might also like