ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ବୋମାମାଡ଼

ଏ ଘଟଣା ପାଇଁ ମଧ୍ୟ ଭୁବନେଶ୍ୱର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଦାୟୀ କଲେ ଜଗନ୍ନାଥ

ଭୁବନେଶ୍ୱର  : ରାଜଧାନୀରେ ନିର୍ବାଚନୀ ହିଂସା। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ିକୁ ବୋମାମାଡ଼ ଅଭିଯୋଗ। ଜଗନ୍ନାଥ ଆଜି ନିର୍ବାଚନ ପ୍ରଚାର ସାରି କର୍ମୀଙ୍କ ସହ ଆଲୋଚନା ପାଇଁ ଡେଲଟା କଲୋନୀ ସ୍ଥିତ ବିଜେପି ପାର୍ଟି ଅଫିସକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଛି।

ଏଥିରେ ତାଙ୍କ ଗାଡ଼ିର କାଚ ଭାଙ୍ଗି ଚୁରମାର ହୋଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜଗନ୍ନାଥ ଆଜି ଡେଲଟା କଲୋନୀ ସ୍ଥିତ ବିଜେପି କାର୍ଯ୍ୟାଳୟ ଆଗରେ ଗାଡ଼ି ରଖି ଅଫିସ ଭିତରକୁ ଯାଉଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ବୋମା ଫିଙ୍ଗିଥିଲା।

ଏ ଘଟଣା ପରେ ନୟାପଲ୍ଲୀ ପୁଲିସ ପହଞ୍ଚି ଘଟଣାରେ ଛାନଭିନ୍ ଆରମ୍ଭ କରିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ସେପଟେ ଏ ଘଟଣା ପାଇଁ ମଧ୍ୟ ଭୁବନେଶ୍ୱର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଦାୟୀ କରିଛନ୍ତି ଜଗନ୍ନାଥ। ପରାଜୟ ଭୟରେ ଅନନ୍ତଙ୍କ ଇଙ୍ଗିତରେ ଏହି ବୋମା ମାଡ଼ କରାଯାଇଥିବା ଜଗନ୍ନାଥ ଅଭିଯୋଗ କରିଛନ୍ତି। ତେବେ ଜଗନ୍ନାଥଙ୍କ ଅଭିଯୋଗ ନେଇ ଅନନ୍ତ ନାରାୟଣଙ୍କ ପ୍ରତିକ୍ରିୟା ମିଳିପାରିନି। ଏହା ପୂର୍ବରୁ ମଧ୍ୟ ମଧ୍ୟ ଜଗନ୍ନାଥ ପ୍ରଧାନଙ୍କୁ ଥରେ ଟେକା ମାଡ଼ ସହ ତାଙ୍କ ଉପରେ ବୋମା ଫିଙ୍ଗିବାକୁ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ଜଗନ୍ନାଥ।

ସୂଚାଇ ଦେଉଛୁ ଯେ ,ଏହିପରି ଏକ ବୋମାମାଡ଼ ଘଟଣା ଗତ ୧୭ ଅପ୍ରେଲ୍‌ ରାତିରେ ଘଟିଥିଲା। ବିଜେପିର ଏକ ୱାର୍ଡ ଅଫିସ୍‌କୁ ଲକ୍ଷ୍ୟ କରି ବୋମାମାଡ଼ ହୋଇଥିଲା। ଭୁବନେଶ୍ୱର ୟୁନିଟ ୮ର ଡେଲ୍‌ଟା କଲୋନୀ ନିକଟରେ ଥିବା ଏହି ୱାର୍ଡ ଅଫିସକୁ ଲକ୍ଷ୍ୟ କରି ୩ଟି ବୋମା ମାଡ଼ ହୋଇଥିଲା। ତେବେ ବୋମା ଗୁଡ଼ିକ ଫୁଟି ନଥିଲା। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲା।ଅଭିଯୋଗ ଅନୁସାରେ ସିଲ୍‌ଭର ରଙ୍ଗର ବୁଲେଟ ଓ ପଲସରରେ ୪ ଜଣ ଯୁବକ ଆସି ବୋମା ମାଡ଼ କରି ପଳାଇ ଯାଇଥିଲେ।

ଆହୁରି ପଢ଼ନ୍ତୁ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

You might also like