ଖାଇବାକୁ ନେଇ ବଚସାରୁ ବୋମାମାଡ଼

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ପଲ୍ଲୀ ଗ୍ରାମରେ ଗତକାଲି ରାତିରେ ବୋମାମାଡ ଘଟି ଜଣେ ଯୁବକ ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ପଲ୍ଲୀ ଗ୍ରାମର ପ୍ରଭାତ ଗାଆଣ ଓ ଅନ୍ୟ ଜଣେ ଯୁବକ ଗ୍ରାମରେ ଥିବା ତ୍ରିବେଣୀ ଘାଟ ନିକଟରେ ବସିଥିଲେ। ସେହି ସମୟରେ। ସେହି ସମୟରେ ନିକଟସ୍ଥ ଅନ୍ନଗଡ଼ ଗ୍ରାମର ଜଣେ ଯୁବକ ଓ ତାର କିଛି ସହଯୋଗୀ ଏକ ବାଇକରେ ଆସି ସେଠାରେ ପହଁଚିଥିଲେ ଏବଂ ଦୁଇଟି ବୋମା ପ୍ରଭାତ ଉପରକୁ ଫିଙ୍ଗିଥିଲେ। ପରେ ସେମାନେ ଫେରାର ହୋଇ ଯାଇଥିଲେ।

ବୋମା ମାଡ଼ରେ ପ୍ରଭାତର ଗୋଡ଼ରେ ଆଘାତ ଲାଗିଥିବା ବେଳେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ବୋମାମାଡ କରାଯାଇଥିବା ପ୍ରଭାତର ଭାଇ ସୂଚନା ଦେଇଛନ୍ତି। ଖବର ପାଇ ଜଗତସିଂହପୁର ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଞ୍ଚପଡ଼ା ଅଞ୍ଚଳରେ ଥିବା ଏକ ଦୋକାନ ଉପରକୁ ଗତକାଲି(ସୋମବାର) ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ଦୋକାନ କରିଥିବା ଉମାକାନ୍ତ ସାହୁଙ୍କ ସହିତ ଦୁଇ ଜଣ ଯୁବକଙ୍କ ଖାଇବାକୁ ନେଇ ବଚସା ହୋଇଥିଲା। ପରେ ଦୁଇ ଯୁବକ ପଳାଇଥିଲେ।

ପରେ ରାତି ୧୨ଟାବେଲେ ଉମାକାନ୍ତ ଦୋକାନ ଓ ତାଙ୍କ ପାଖ ଘରକୁ ବୋମା ପକାଇ ଦୁର୍ବୃତ୍ତ ପଳାଇଥିଲେ। ବୋମା ମାଡ଼ରେ ଦୋକାନର କବାଟ ଭାଙ୍ଗି ଯାଇଥିବା ବେଳେ ଦୋକାନରେ ଥିବା ଉମାକାନ୍ତ ସାମାନ୍ୟ ଆହତ ହୋଇଛନ୍ତି। ଏହାସହ ପାଖ ଘର ଆଜବେଷ୍ଟସ ଓ ବାଇକି ବି ଭାଙ୍ଗି ଯାଇଛି। ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like