ଓଡ଼ିଶା ଜନ ସଚେତନତା ମଞ୍ଚର ଅାଲୋଚନା ଚକ୍ର ଅନୁଷ୍ଠିତ

ଯୋଗଦେଲେ ଚଳଚ୍ଚିତ୍ର ଅଭିନେତା ପ୍ରକାଶ ରାଜ୍

ଭୁବନେଶ୍ୱର : ଭୁବନେଶ୍ୱରରେ ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ଅାଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତା ଯୋଗ ଦେଇଥିବାବେଳେ ବଲିଉଡ୍ ଅଭିନେତା ପ୍ରକାଶ ରାଜ୍‌ ମଧ୍ୟ ସାମିଲ ହୋଇଥିଲେ।

ଓଡ଼ିଶା ଜନ ସଚେତନତା ମଞ୍ଚ ପକ୍ଷରୁ ଅାୟୋଜିତ ଅାଲୋଚନା ଚକ୍ରରେ ଯୋଗଦେଇ ଦେଶରେ ଦେଖା ଦେଇଥିବା ସାମ୍ବିଧାନିକ ସଂକଟ ଓ ଗଣତନ୍ତ୍ର ପ୍ରତି ବିପଦ ଉପରେ ଅତିଥିମାନେ ଅାଲୋଚନା କରିଥିଲେ। ପ୍ରକାଶ ରାଜ୍‌ ତାଙ୍କ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟ ନାଥଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଦେଶର କିଛି ଦଳ ଧର୍ମକୁ ନେଇ ଲୋକଙ୍କ ଭାବନା ସହ ଖେଳ ଖେଳୁଥିବା ସେ କହିଛନ୍ତି।

 

You might also like