ଓଡ଼ିଶାରେ ନିର୍ବାଚନ ପ୍ରଚାରରେ ସାମିଲ ହେଲା ବଲିଉଡ୍

ଝାରସୁଗୁଡ଼ା (ଭାଗୀରଥି ସାହୁ) : ଓଡ଼ିଶାରେ ନିର୍ବାଚନ ପ୍ରଚାରରେ ସାମିଲ ହେଲା ବଲିଉଡ୍। ଅଭିନେତା ସୁନିଲ ସେଠୀ ଓ ଅଭିନେତ୍ରୀ ମହିମା ଚୌଧୁରୀ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଇକେରାରେ ବିଜେଡିର ନିର୍ବାଚନ ପ୍ରଚାର କରିଛନ୍ତି।

ବିଧାୟକ ପ୍ରାର୍ଥୀ ନବ ଦାଶ ଓ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ସପକ୍ଷରେ ବିଜେଡିକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ଏହି ଦୁଇ ତାରକା। ସେହିପରି ବ୍ରଜରାଜନଗରରେ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରାର୍ଥୀ କିଶୋର ମହାନ୍ତିଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ।

You might also like