ବଲିଉଡ୍‌ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’କୁ ବ୍ରହ୍ମପୁରରେ ବିରୋଧ

ବ୍ରହ୍ମପୁର: ବିବାଦୀୟ ବଲିଉଡ୍‌ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’କୁ ବ୍ରହ୍ମପୁରରେ ବିରୋଧ କରାଯାଇଛି। ବ୍ରହ୍ମପୁରର ରୁକ୍ମଣୀ ସିନେମା ହଲ୍‌ରେ ଏହି ଫିଲ୍ମ ପ୍ରଦର୍ଶନକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି।

ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀମାନେ ସିନେମା ହଲ୍‌ ଆଗରେ ପୋଷ୍ଟର ପୋଡ଼ିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଉତ୍ତେଜନାକୁ ଦୃଷ୍ଟିରେ ରଖି ହଲ୍‌ ଆଗରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। ସେପଟେ ଫିଲ୍ମକୁ ବିରୋଧ ପରେ ସିନେମା ହଲ୍‌ କର୍ତ୍ତୃପକ୍ଷ ଶୋ’ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।

ଗତକାଲି ରିଲିଜ୍‌ ହୋଇଥିବା ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ହୋଇଥିବା ବିଭିନ୍ନ ଘଟଣାକ୍ରମକୁ ନେଇ ପ୍ରସ୍ତୁତ ହୋଇଛି। ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ଅନୁପମ୍‌ ଖେର୍‌ ଅଭିନୟ କରିଛନ୍ତି।

ତେବେ ରିଲିଜ୍ ପୂର୍ବରୁ ଏହି ଫିଲ୍ମ ବିରୋଧରେ ମାମଲା ରୁଜୁ ହେବାସହ ବିରୋଧର ସାମ୍ନା ମଧ୍ୟ କରିବାକୁ ପଡ଼ିଥିଲା।

ଆହୁରି ପଢ଼ନ୍ତୁ

ବିଜୁ ଯୁବ ବାହିନୀ ସଦସ୍ୟ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ

ଭାଙ୍ଗିଲା ରକ୍ଷଣଶୀଳତାର ମଜବୁତ୍ ବାଡ଼; ଝିଅ କାନ୍ଧରେ ମଶାଣି ଗଲେ ବାପା

ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିରୋଧରେ ନକଲି ଭିଡିଓ ଭାଇରାଲ୍

କ୍ରୀଡ଼ାର ପ୍ରାଣ କେନ୍ଦ୍ର କୁହାଯାଉଥିବା ଓଡ଼ିଶାରେ ନାହିଁ କ୍ରୀଡ଼ା ନୀତି

ପ୍ରଶାନ୍ତଙ୍କ ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା

ଧୋକା ଦେଲା ମୌସୁମୀ: ଶ୍ରାବଣ ମାସରେ ବିଲ ଫାଟି ଆଁ

ସାପ ସହ ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଲା

ବିଜେପି ସଦସ୍ୟତା ଅଭିଯାନ: ୧୦ ଲକ୍ଷ ଯୁବକଙ୍କୁ ଦଳରେ ସାମିଲ୍‌ କରିବାକୁ ଲକ୍ଷ୍ୟ

ପାଣି ପାଇଁ ତାତିଲେ ଲୋକେ

ପାଟକୁରା ନିର୍ବାଚନ: ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦାବି କଲା ବିଜେଡି

ଦୁର୍ବୃତ୍ତ ଝାମ୍ପିନେଲେ ସାଢ଼େ ୬ ଲକ୍ଷ ଟଙ୍କା

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିୟନସିପ୍ ; ଫାଇନାଲରେ ଭାରତୀୟ ପୁରୁଷ ଓ ମହିଳା ଟିମ୍

You might also like