• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର : ଶ୍ରାବଣ ସୋମବାର ପାଇଁ ଚଳଚଞ୍ଚଳ ନଦୀପଠା। ପ୍ରମୁଖ ଶୈବପୀଠରେ ବି ଲାଗିଲାଣି କାଉଡ଼ିଆଙ୍କ ଗହଳିଚହଳି। କାଲି ବଡ଼ି ଭୋର୍‌ରୁ ଦେବଦେବ ମହାଦେବଙ୍କୁ ଜଳଲାଗି କରି ନିଜ ମନସ୍କାମନା ପୂରଣ ପାଇଁ ଅାଶୀର୍ବାଦ ମାଗିବେ ।

ଅନ୍ୟପକ୍ଷରେ ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ ପାଇଁ ମନ୍ଦିରର ସାଜସଜ୍ଜା ସହ ସମସ୍ତ ପ୍ରକାର ବ୍ୟବସ୍ଥା ଚୂଡ଼ାନ୍ତ କରିସାରିଲେଣି ମନ୍ଦିର ପ୍ରଶାସନ। କଟକ ମହାନଦୀ ପଠାରେ ଅାଧ୍ୟାତ୍ମିକ ପରିବେଶ। ବୋଲ୍ ବମ୍ ହରହର ବମ୍ ଧ୍ୱନିରେ ପ୍ରକମ୍ପିତ ଗଡ଼ଗଡ଼ିଆ ଘାଟ। ନଦୀରେ ବୁଡ଼ ପକାଇ, କଳସୀରେ ଜଳ ଧରି ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା ଅାରମ୍ଭ କରିଛନ୍ତି କାଉଡ଼ିଆ। ଦେହରେ ନାରଙ୍ଗୀ ବସ୍ତ୍ର, କାନ୍ଧରେ ସୁସଜ୍ଜିତ କାଉଡ଼ି ଓ ମନରେ ମାଇଲ୍ ମାଇଲ୍ ବାଟ ଚାଲିବାର ଅସୀମ ଦମ୍ଭ।

ଦେବଦେବ ମହାଦେବଙ୍କୁ ଜଳାଭିଷେକ କରି ନିଜ ମନସ୍କାମନା ଜଣାଇବାକୁ ଦୂରଦୂରାନ୍ତରୁ ଛୁଟି ଅାସିଛନ୍ତି ବହୁସଂଖ୍ୟକ କାଉଡ଼ିଆ। ତେବେ ଚଳିତ ସପ୍ତାହରେ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ହୋଇଥିବାରୁ ପୂର୍ବ ବର୍ଷ ଅପେକ୍ଷା କାଉଡ଼ିଆ ସଂଖ୍ୟା ସାମାନ୍ୟ କମିଛି।

ଏପଟେ କାଉଡ଼ିଆଙ୍କ ଅାଗମନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରାଜ୍ୟ ବିଭିନ୍ନ ଶୈବପୀଠ। ଶୃଙ୍ଖଳିତ ଜଳାଭିଷେକ ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ କାଲି ଭୋର୍ ୪ଟାରୁ ସାହାଣ ମେଲା ହେବାକୁ ଥିବା ବେଳେ ଅାଜିଠାରୁ ଡେରା ପକାଇଲେଣି କାଉଡ଼ିଆ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏଠାରେ ୨ ପ୍ଲାଟୁନ୍‌ ପୋଲିସ୍ ଫୋର୍ସ ସହ ୨୧ଟି  ସିସି କ୍ୟାମେରା ଲଗାଯାଇଛି।

ସେପଟେ ପୁରୀ ଲୋକନାଥ ମନ୍ଦିରରେ ରାତି ୧୨ଟା ପରେ ଦ୍ୱାରା ଫିଟାଯାଇ ନୀତି ଅାରମ୍ଭ ହେବ।  ଚଳିତବର୍ଷ ଏଠାରେ ବ୍ୟାରିକେଡିଂ ପରିବର୍ତ୍ତେ, ରୋଷଘର ପଛପଟୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରବେଶ ଓ ସିଂହଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି।

ଭଦ୍ରକର ବାବା ଅାଖଣ୍ଡଳମଣିଙ୍କ ଧାମରେ ଭୋର ୪ଟାରୁ ପହଡ଼ ଖୋଲିବ। କେନ୍ଦ୍ରାପଡ଼ା ଓ ଚାନ୍ଦବାଲି ପଟୁ ଅାସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମୁଆଁ, ତିନ୍ତର ଓ ଧାନଖଣିଅା ଘାଟରେ ଅଧିକ ଡଙ୍ଗା ବ୍ୟବସ୍ଥା ହେବା ସହ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍‌କୁ ନିୟୋଜିତ କରାଯାଇଛି।

Bolbom-preparation
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories