ବଲାଙ୍ଗିରର କୈଳାସ ଖେର : ନିଜ ସୁମଧୁର ସ୍ୱରରେ ଲୋକଙ୍କୁ ବିମୋହିତ କରୁଛନ୍ତି ସଫେଇ କର୍ମଚାରୀ ଗୌତମ

ପେଶାରେ ସଫେଇ କର୍ମଚାରୀ...ନିଶା ଗୀତ ଗାଇବା . . .

ବଲାଙ୍ଗୀର(ଘଟେଶ୍ୱର ମିଶ୍ର):  ଚମତ୍କାର ଗୀତ ଗାଉଛନ୍ତି ସଫେଇବାଲା । ସୁମଧୁର କଣ୍ଠର ଯାଦୁରେ ଲୋକଙ୍କ ହୃଦୟ ଜିଣୁଛନ୍ତି । ପ୍ରସିଦ୍ଧ ଗାୟକ କୈଲାସ୍ ଖେରଙ୍କ ପରି ଅବିକଳ ଗୀତ ଗାଉଛନ୍ତି।  କଣ୍ଠରେ ସତେ ଯେପରି ବିରାଜମାନ କରିଛନ୍ତି ମାଆ ସରସ୍ୱତୀ ।  ମୋବାଇଲରୁ ଗୀତ ଶୁଣି  ସଙ୍ଗୀତ ସାଧନା ଜାରି ରଖିଛନ୍ତି  । ଆମ ଆଖପାଖରେ ଏମିତି କିଛି ପ୍ରତିଭାବାନ ଲୋକ ଥାଆନ୍ତି, କିନ୍ତୁ ସେମାନେ ନିଜ ପ୍ରତିଭା ସମ୍ପର୍କରେ ଅଜ୍ଞ ଥାଆନ୍ତି। ହେଲେ ହଠାତ ସେମାନଙ୍କ ପ୍ରତିଭା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ଯାହା ଫଳରେ ରେଲୱେ ଷ୍ଟେସନରେ ଭିକ ମାଗୁଥିବା ରାନୁ ମଣ୍ଡଳ ଭଳି ମହିଳା ପାଳଟିଯାଆନ୍ତି ବଲିଉଡ ସିଙ୍ଗର । ଏମିତି ଜଣେ ପ୍ରତିଭା ଏବେ ବଲାଙ୍ଗିର ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ।

ବଲାଙ୍ଗିର କଦମ୍ୱପଡାର ଗୌତମ କୁମ୍ଭାର । ପ୍ରତିଟି ଲୋକକୂପରେ ଯେପରି ତାଙ୍କର ସଙ୍ଗୀତର ମୂର୍ଚ୍ଛନା। ତାଙ୍କ ଗାୟିକୀର ମାଧୁର୍ଯ୍ୟରେ  ପ୍ରତ୍ୟେକ ବ୍ୟକ୍ତି ବିମୋହିତ ହେବାକୁ ବାଧ୍ୟ। ଛୋ‌ଟ ବେ‌ଳୁ ସଂଗୀତ ପ୍ରତି ଥିଲା ଅହେତୁକ ଦୁର୍ବଳତା । ଅର୍ଥାଭାବରୁ ପୌରସଂସ୍ଥାରେ ସଫେଇ କର୍ମଚାରୀ ଭାବେ କାମ କରୁଥିବା ଗୌତମ ତାଙ୍କର ଭିନ୍ନ ଗାୟନ ଶୈଳୀ ପାଇଁ ସାରା ସହରରେ ଏବେ ଧୂମ ମଚାଇଛନ୍ତି । ପେଶାରେ ସେ ଜଣେ ସଫେଇ କର୍ମଚାରୀ, ନିଶା କିନ୍ତୁ ଗୀତ ଗାଇବା । କାହା ଠାରୁ ତାଲିମ ନନେଇ, ମୋ‍ବାଇଲକୁ ଗୁରୁ କରିଛନ୍ତି। ଆଉ ନିଜେ ନିଜେ ଗୀତ ଶୁଣି ଖୁବ ସୁନ୍ଦର ଭାବରେ ଗୀତ ଗାଇ ପାରୁଛନ୍ତି । ବିଶେଷ କରି ପ୍ରସିଦ୍ଧ ହିନ୍ଦି କଣ୍ଠଶିଳ୍ପୀ କୈଳାସ ଖେରଙ୍କ ଗୀତକୁ ସୁନ୍ଦର ଭାବରେ ଗାଇ ଗୌତମ ପାଳଟିଯାଇଛନ୍ତି ବଲାଙ୍ଗିରର କୈଳାସ ଖୈର ।

ସଫେଇ କାମ କରୁଥିବା ସମୟରେ ଗୌତମ ଗୀତ ଗାଇ ନିଜ ସାଙ୍ଗ ସାଥୀ ଅନ୍ୟ କର୍ମଚାରୀଙ୍କ ମନୋରଞ୍ଜନ କରିଥାଆନ୍ତି । ଆଉ ତାଙ୍କ ଗୀତ ଶୁଣି, ଯାଉଥିବା ଲୋକେ ମନ୍ତ୍ରମୁଗ୍ଧ ହୋଇ ଘଡ଼ିଏ ଛିଡ଼ା ହୋଇ ଗୀତ ଶୁଣନ୍ତି। ତେବେ ଗୌତମଙ୍କ ପରି ନିଆରା ମଣିଷକୁ ସୁଯୋଗ ମିଲିଲେ, ସେ ବି ଜଣେ ଜଣେ ମହାନ କଣ୍ଠଶିଳ୍ପୀ ହୋଇପାରିବେ ବୋଲି କହିଛନ୍ତି ସଂସ୍କୃତି ଗବେଷକ ତଥା ସଂଗୀତ ସାଧକ ଗୁରୁ ଘାସିରାମ ମିଶ୍ର ।

You might also like