ପୁଇଁତଳାର ଶ୍ରୀକାନ୍ତ ନନ୍ଦ ହତ୍ୟା ମାମଲାରୁ ଉଠିଲା ପରଦା

ହନୁମାନ ପଇସାକୁ କେନ୍ଦ୍ରକରି ହୋଇଛି ହତ୍ୟାକାଣ୍ଡ

ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ବଲାଙ୍ଗିର ପୁଇଁତଳାର ଶ୍ରୀକାନ୍ତ ନନ୍ଦ ହତ୍ୟା ମାମଲାରୁ ଉଠିଲା ପରଦା। ହନୁମାନ ପଇସାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଛି। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଇଁତଳା SDPO ଶ୍ରୀମନ୍ତ ବାରିକ।

ଗତ ୮ ତାରିଖରେ ପୁଇତଁଳାର ଶ୍ରୀକାନ୍ତଙ୍କୁ ଅପହରଣ ହୋଇଥିଲା। ଶ୍ରୀକାନ୍ତଙ୍କ ବାପାଙ୍କ ପାଖରେ ହନୁମାନ ପଇସା ଥିବା ନେଇ ସନ୍ଦେହ କରିଥିଲେ ଅପହରଣକାରୀ। ପୁଅର ଜୀବନ ବଦଳରେ ତାଙ୍କଠୁ ହନୁମାନ ପଇସା ମାଗିବା ପାଇଁ ଯୋଜନା କରିଥିଲେ। ହେଲେ ପୁରା ପ୍ଲାନ୍ ବିଗିଡ଼ି ଯାଇଥିଲା। ଶ୍ରୀକାନ୍ତଙ୍କ ମୁହଁରେ ସେଲୋ ଟ୍ୟାପ ବାନ୍ଧି ଦୁର୍ଗାପାଲିରେ ନେଇ ରଖିଥିଲେ ଅପହରଣକାରୀ। ଫଳରେ ସେ ଚେତାଶୂନ ହୋଇପଡ଼ିଥିଲେ।

ତେବେ ଶ୍ରୀକାନ୍ତ ମରି ଯାଇଥିବା ଭାବି ତାଙ୍କୁ ସୁକତେଲ ନଦୀରେ ଫୋପାଡ଼ି ଦେଇଥିଲେ ଅପହରଣକାରୀ।  ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁରେଶଙ୍କୁ ଗିରଫ କରିଛି ପୁଲିସ୍। ଯାହା ପରେ ମାମଲା ପର୍ଦ୍ଦାଫାସ୍ ହୋଇଛି।

ସୁରେଶଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଛି। ତେବେ ମାମଲାରେ ଏବେ ବି ଅନ୍ୟ ୫ ଜଣଙ୍କ ସଂପୃକ୍ତି ଥିବା ଅନୁମାନ କରି ଖୋଳତାଡ଼ କରୁଛି ପୁଲିସ୍।

You might also like