ଲକଡାଉନ: ମାତ୍ରାଧିକ ଦଣ୍ଡ ଦେଇ ୨ କନଷ୍ଟେବଲ୍ ନିଲମ୍ବିତ
ବଲାଙ୍ଗିର: ବଲାଙ୍ଗିର ସହରରେ ଲକଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପୋଲିସକୁ ମହାଙ୍ଗା ପଡ଼ିଲା ।ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଯିବା ଲାଗି ଯୁବକଙ୍କୁ ବାଧ୍ୟ କରିବା ଓ ଲାଠିରେ ବାଡ଼େଇବା ଅଭିଯୋଗରେ ୨ ଓଏସ୍ଏପି କନଷ୍ଟେବଲ୍ଙ୍କୁ ନିଲମ୍ବନ କରିଛନ୍ତି ବଲାଙ୍ଗିର ଏସ୍ପି ସନ୍ଦୀପ ସଂପଦ। ନିଲମ୍ବିତ ୨ କନେଷ୍ଟବଳ ହେଲେ ସୂର୍ଯ୍ୟକାନ୍ତ ସାମନ୍ତରାୟ ଓ ପ୍ରଦ୍ୟୁମ୍ନ ସାମଲ ।
ଗତ ରାତିରେ ବଲାଙ୍ଗିର ସହରରେ ଲକଡାଉନ ନିର୍ଦ୍ଦେଶ ଉଲ୍ଲଂଘନ କରି କିଛି ଯୁବକ ଯାଉଥିବାର ଦେଖିବାକୁ ମିଳିଥିଲା । ତେବେ ସେଠାରେ ମୁତୟନ ସୂର୍ଯ୍ୟକାନ୍ତ ଓ ପ୍ରଦ୍ୟୁମ୍ନ ଯୁବକଙ୍କୁ ଲାଠିର ଭୟ ଦେଖାଇଥିଲେ। ସେତିକି ନୁହେଁ, ଆଣ୍ଠେଇ ଆଣ୍ଠେଇ ଯିବାକୁ ବାଧ୍ୟ କରିଥିଲେ । କିଛି ଯୁବକଙ୍କୁ ଲାଠିରେ ବାଡ଼େଇ ଥିଲେ । ଏନେଇ ଅଭିଯୋଗ ହେବା ପରେ ସଂପୃକ୍ତ ୨ କନେଷ୍ଟବଳଙ୍କୁ ଏସ୍ପି ନିଲମ୍ବିତ କରିଛନ୍ତି।