ରାଜେନ୍ଦ୍ର କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ବଲାଙ୍ଗିର: ବଲାଙ୍ଗିର ରାଜେନ୍ଦ୍ର କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା। ଆଜି ବଲାଙ୍ଗିରରେ ଆୟୋଜିତ ବିଜୁ ଯୁବ ବାହିନୀ ସମାବେଶରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଲାଗି ନିଷ୍ପତ୍ତି ହୋଇଛି। ରାଜେନ୍ଦ୍ର କଲେଜ ପରିସରରେ ଆୟୋଜିତ ଯୁବ ସମାବେଶରେ ବଲାଙ୍ଗିର, କଳାହାଣ୍ଡି, ସୋନପୁର ଓ ନୂଆପଡ଼ା ଜିଲ୍ଲାର ବିଜୁ ଯୁବ ବାହିନୀର ସଦସ୍ୟମାନେ ସାମିଲ ହୋଇଥିଲେ। ଏଥିସହ ନବୀନ ଆଜି ବଲାଙ୍ଗିରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।

You might also like