୪୧ ଜଣଙ୍କ ନାଁରେ ଗିରଫ ପରୱାନା

ବଲାଙ୍ଗିର ବହୁ ଚର୍ଚ୍ଚିତ ଅମିନ-ଆର୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା

ବଲାଙ୍ଗିର  : ବଲାଙ୍ଗିର ଅମିନ-ଆର୍‌ଆଇ ଦୁର୍ନୀତି ମାମଲାରେ ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ। କୋର୍ଟରେ ମାମଲାର ଚୂଡାନ୍ତ ଚାର୍ଜସିଟ୍ ଦାଖଲ ହୋଇଛି। ପୂର୍ବ ଜିଲ୍ଲାପାଳ ଦେବରାଜ ମିଶ୍ରଙ୍କ ସହ ୪୫ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ।

୩ ଓଏଏସ୍ ଅଧିକାରୀ ଏବଂ ପୂର୍ବତନ DWOଙ୍କ ନାଁ ମଧ୍ୟ ଏହି ଚାର୍ଜସିଟ୍‌ରେ ରହିଛି। ୪୫ ଜଣଙ୍କ ମଧ୍ୟରୁ ୪୧ ଜଣଙ୍କ ନାଁରେ ଗିରଫ ପରୱାନା ଜାରି ହୋଇଛି। ବଲାଙ୍ଗିର ପୂର୍ବତନ ଜିଲ୍ଲାପାଳ ଦେବରାଜଙ୍କ ସହ ଅନ୍ୟ ୪ ଜଣ ଏବେ ଜାମିନରେ ଅଛନ୍ତି।

You might also like