୪ ଦିନ ପାଇଁ ସଟ୍‌ଡାଉନ୍‌ ହେବ ଏହି ଜିଲ୍ଲା

ବଲାଙ୍ଗିର: ଅଗଷ୍ଟ ୮ରୁ ୧୧ ତାରିଖ ଯାଏ ବଲାଙ୍ଗିର ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ସଟ୍‌ଡାଉନ୍ ସମୟରେ ଜିଲ୍ଲା ଭିତରେ ସମସ୍ତ ପରିବହନ କାର୍ଯ୍ୟ ବନ୍ଦ ରହିବ। ଦୋକାନ ବଜାର, ସରକାରୀ, ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ। ତେବେ ମେଡିକାଲ୍‌, ଜଳ ଯୋଗାଣ, ପରିମଳ ଆଦି ଜରୁରୀ ସେବା ଚାଲୁ ରହିବ। ଏହାସହ ମାଲ୍‌ବାହୀ ଗାଡ଼ି, ଶିଳ୍ପ ପ୍ରତିଷ୍ଠାନ ଓ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି।