ପଥରରେ ଛେଚି ମାରିଦେଲେ ପଡ଼ୋଶୀ!

ମୟୁରଭଞ୍ଜ: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଯୁବକଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମୟୁରଭଞ୍ଜ ଜିଲ୍ଲାର ଉଦଳା ଶରତ ଥାନା ପାତା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ପାତା ସାହିର ଜଗନ୍ନାଥ ଖଣ୍ଡୁଆଳ ନାମକ ଯୁବକଙ୍କୁ ତାଙ୍କ ପଡ଼ୋଶୀ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଜଗନ୍ନାଥ ଖଣ୍ଡୁଆଳଙ୍କୁ ତାଙ୍କ ୪ରୁ ୫ ଜଣ ପଡ଼ୋଶୀ ଆକ୍ରମଣ କରିଥିଲେ। ପରେ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଏହି ଘଟଣାରେ ଶରତ ଥାନା ପୁଲିସ୍‌ ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

You might also like