ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ: ପାହାଡ଼ ନିକଟରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ହରଣପଦର ପଞ୍ଚାୟତ ନିକଟରେ ଥିବା ମାଗୁରା ପାହାଡ଼ ନିକଟରୁ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି।

ତାଙ୍କ ନାଁ ରବୀନ୍ଦ୍ର ନାୟକ (୨୮)। ତାଙ୍କ ଘର ଭେଙ୍କଟରାଇପଲ୍ଲୀ ଗାଁରେ ବୋଲି ଜଣାପଡ଼ିଛି।

ମୃତଦେହ ପାଖରେ ଏକ ବାଇକ୍ ପଡ଼ି ରହିଥିବା ଦେଖିବାକୁ ମିଳିଛି।

ତେବେ ମୃତ୍ୟୁ କାରଣ ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ଘଟଣାସ୍ଥଳରେ ଆସିକା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like