ଝାରସୁଗୁଡ଼ା: ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର। ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ବେହେରାପାଲିରେ ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଅକ୍ଷୟ ସାହୁ (୪୩)। ତାଙ୍କ ଘର ବୁରୋମାଲରେ ବୋଲି ଜଣାପଡ଼ିଛି।
ମୃତ ଅକ୍ଷୟଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ଗତକାଲି ସନ୍ଧ୍ୟା ବେଳେ ସେ ବାଇକ୍ରେ ଘରୁ ବାହାରି ଯାଇଥିଲେ। ତା’ପରେ ଆଉ ଫେରି ନଥିଲେ। ଆଜି ସକାଳେ ବେହେରାପାଲିରେ ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବା ଦେଖି ପୁଲିସ୍କୁ ଖବର ଦେଇଥିଲେ। ପରିବାର ଲୋକେ ଆସି ମୃତଦେହ ଚିହ୍ନଟ କରିଥିଲେ।
ପୁଲିସ୍ ଘଟଣାର ତଦନ୍ତ କରୁଛି।