ରେଳ ଲାଇନ୍‌ କଡ଼ରୁ ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତଦେହ ଉଦ୍ଧାର

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତଦେହ ରେଳ ଲାଇନ୍‌ କଡ଼ରୁ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ ନାଲ୍‌କୋ ଥାନା କଇଁଫୁଲିଆ ରେଳ ଲାଇନ୍‌ କଡ଼ରୁ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସେ ଟ୍ରେନରେ ବଇଣ୍ଡା ଯାଉଥିଲେ। ତେବେ ସ୍ମରଣ ଶକ୍ତି ହ୍ରାସ ଯୋଗୁଁ କଇଁଫୁଲିଆରେ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କର ଗୋଡ଼ ଖସି ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଜିଆରପି ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲା।

ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।  ସେ ୧୯୭୧ ମସିହାରେ ଉତ୍କଳ କଂଗ୍ରେସ ତରଫରୁ ଆଠମଲ୍ଲିକରୁ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

You might also like