ରେଲ୍ୱେ ଟ୍ରାକ୍ରୁ ମା’, ଝିଅର ମୃତଦେହ ଉଦ୍ଧାର
ଖୋର୍ଦ୍ଧା: ଜଣେ ମହିଳା ଓ ତାଙ୍କ ବର୍ଷକର ଶିଶୁକନ୍ୟାର ମୃତଦେହ ରେଲ୍ୱେ ଟ୍ରାକ୍ରୁ ଉଦ୍ଧାର କରାଯାଇଛି। ଟାଙ୍ଗୀ ଥାନା ଉଜୁଡ଼ା ପଞ୍ଚାୟତ ଅଭିମାନପୁର ଗାଁ ନିକଟ ରେଲ୍ୱେ ଟ୍ରାକ୍ରୁ ଉଭୟଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଟ୍ରେନ୍ରେ କଟି ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରି ନାହିଁ।
ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।