ଘର ଭିତରୁ ମିଳିଲା ବିବାହିତା ମହିଳାଙ୍କ ମୃତଦେହ

ବଣାଇ: ଘର ଭିତରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ମହିଳାଙ୍କ ଦେଢ଼ ବର୍ଷର ଶିଶୁପୁତ୍ରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, କୌଣସି କାରଣକୁ ନେଇ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଘଟଣା ପରେ ମହିଳାଙ୍କ ମୃତଦେହ ଘର ଭିତରୁ ଉଦ୍ଧାର ହୋଇଥିଲା। ତାଙ୍କ ଦେଢ଼ ବର୍ଷର ଶିଶୁପୁତ୍ରକୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଶିଶୁଟିକୁ ରାଉରକେଲା RGHରେ ଭର୍ତ୍ତି କରାଯାଇଛି।

ତେବେ କେମିତି ମହିଳାଙ୍କ ମୃତ୍ୟୁ ଓ ଶିଶୁପୁତ୍ର ଗୁରୁତର ହେଲେ, ଏହାର କାରଣ ଜଣାପଡ଼ିନାହିଁ। ଏହି ଘଟଣାକୁ ନେଇ ମହିଳାଙ୍କ ବାପ ଘର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ପୋଲିସ୍ ଘଟଣାକୁ ନେଇ ‌ ତଦନ୍ତ‌ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ABVP ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ? ଶୁଣାଣି ୯କୁ ଘୁଞ୍ଚିଲା

ଲଘୁଚାପ ସମ୍ଭାବନା; ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

You might also like