• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବୌଦ୍ଧ: କରୋନା ପାଇଁ ଧୀରେ ଧୀରେ ମରି ଯାଉଛି ମାନବିକତା। ବାଡ଼ ସୃଷ୍ଟି କରିଛି ସଂକ୍ରମଣର ଭୟ। ୧୩ ଘଣ୍ଟାରୁ ଅଧିକ ସମୟ ହେବ ଶବ ସେମିତି ପଡ଼ି ରହିଥିବା ବେଳେ କରୋନା ଭୟରେ କେହିବି ପାଖ ମାଡ଼ୁ ନଥିଲେ। ଏଭଳି ସମୟରେ ଏମିତି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କୁମ୍ଭମେଳା ଫେରନ୍ତା ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ପରେ କେହିବି ମୃତଦେହ ପାଖ ମାଡ଼ୁ ନଥିବା ଦେଖିବାକୁ ମିଳିଥିଲା। ଖବର ପାଇ ହରଭଙ୍ଗା ବିଡିଓ, ତହସିଲଦାର ଓ ମେଡିକାଲ୍‌ ଟିମ୍‌ ଗାଁରେ ପହଞ୍ଚିଥିଲେ ଓ ଶେଷରେ ୧୩ ଘଣ୍ଟା ପରେ ଶବ ଉଠିଥିଲା। ପିପିଇ କିଟ୍ ପିନ୍ଧି ଶବ ସଂସ୍କାର କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, କିଛି ଦିନ ତଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗାଁର ଜଣେ ଅବସରପ୍ରାପ୍ତ ଶିକ୍ଷକ କୁମ୍ଭମେଳାରୁ ଫେରିଥିଲେ। ଏହାପରେ ସେ ବ୍ରହ୍ମପୁର ଯାଇଥିଲେ। ସେଠାରୁ ସେ ଧଳପୁର ଆସିଥିଲେ। ଗତ ୨୨ ତାରିଖରେ ସେ ସ୍ୱାବ୍‌ ଟେଷ୍ଟ୍‌ କରାଇଥିଲେ ଓ ଆଜି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। କରୋନା ଭୟରେ କେହି ମୃତଦେହ ପାଖ ମାଡ଼ୁ ନଥିଲେ। ଏପରିକି ସମ୍ପର୍କୀୟମାନେ ମଧ୍ୟ କାନ୍ଧ ଦେବାକୁ ବାରଣ କରିଥିଲେ। ତେବେ ପ୍ରାୟ ୧୩ ଘଣ୍ଟା ଧରି ଶବ ପଡ଼ି ରହିବା ପରେ ହରଭଙ୍ଗା ବିଡିଓ ଘଟଣାସ୍ଥଳରେ ପହଞ୍ଚି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଆମ୍ବୁଲାନ୍ସ ମଗାଇବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ବୁଝାସୁଝା କରିଥିଲେ। ଏହାପରେ ସମ୍ପର୍କୀୟମାନେ ପିପିଇ କିଟ୍‌ ପିନ୍ଧି ଶବକୁ ଘରୁ ଉଠାଇଥିଲେ ଓ ସ୍ଥାନୀୟ ଶ୍ମଶାନରେ ସତ୍କାର କରିଥିଲେ।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬,୧୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩,୫୪୬ ଚିହ୍ନଟ ହୋଇଥିବା ବେଳେ ୨୫୭୦ ଜଣ ଲୋକାଲ କେସ୍‌ ଚିହ୍ନଟ ହୋଇଛନ୍ତି।

Body-of-a-retired-teacher-lies-unattended-for-over-last-9-hours
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories