ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର: ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ନବରଙ୍ଗପୁର ସହରରେ ଏହି ଘଟଣା ଘଟିଛି। ତାଙ୍କ ନାଁ ପ୍ରେମଚାନ୍ଦ ବାଗ୍‌ (୬୨)।

ପ୍ରେମ୍‌ଚାନ୍ଦ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ପ୍ରେମଚାନ୍ଦ ଜଣେ ଅବସରପ୍ରାପ୍ତ ଅତିରିକ୍ତ ସବ୍‌ ଇନ୍ସପେକ୍ଟର ବୋଲି ନବରଙ୍ଗପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like