• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ଭଦ୍ରକ: ଘରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ ବଛିପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗଣେଶ ଶତପଥୀ (୪୦)

ସୂଚନା ଅନୁସାରେ, ଗଣେଶ ଓ ତାଙ୍କ ଝିଅ ଗତକାଲି ରାତିରେ ଘରେ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘର ଭିତରେ ପଶି ଗଣେଶଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଘରର କବାଟ ବାହାର ପଟୁ ବନ୍ଦ କରି ଫେରାର ହୋଇଯାଇଥିଲେ। ତେବେ ପଥରରେ ଛେଚି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଉଛି।

କିଛିଦିନ ତଳେ ଗଣେଶଙ୍କ ସ୍ତ୍ରୀ ପୁଟ୍ଟପର୍ଥି ସ୍ଥିତ ପ୍ରଶାନ୍ତି ନିଳୟମ ଯାଇଥିବା ବେଳେ ଗତକାଲି ରାତିରେ ଘରକୁ ଫେରି ଘରର କବାଟ ବାହାର ପଟୁ ଦିଆଯାଇଥିବା ଦେଖିଥିଲେ। ଫଳରେ କବାଟ ଖୋଲି ଘର ଭିତରେ ପଶିଲା ବେଳକୁ ଗଣେଶଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ସେ ଦେଖିବାକୁ ପାଇଥିଲେ।

ଅନ୍ୟପଟେ, ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ଯାଏ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ।

Body-of-a-man-recovered-from-house-in-basudevpur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories