ମହାନଦୀ ପୋଲ ତଳୁ ମିଳିଲା ଯୁବତୀଙ୍କ ମୃତଦେହ

ସମ୍ବଲପୁର: ସମ୍ବଲପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଗୋଇରା ମଠ ନିକଟ ମହାନଦୀ ପୋଲ ତଳୁ ଆଜି ସକାଳେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଯୁବତୀଙ୍କ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଯୁବତୀ ଜଣକ ଜିନ୍ସ, ଜ୍ୟାକେଟ୍‌ ଓ ଏକ ଲେଦର ବ୍ୟାଗ୍‌ ପକାଇଥିବା ଦେଖିବାକୁ ମିଳିଛି। ତେବେ ଏବେ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିପାରିନି।

ଗତକାଲି ବିଳମ୍ବିତ ରାତିରେ କିମ୍ବା ଆଜି ଭୋର ସମୟରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।

ଘଟଣାସ୍ଥଳରେ ବୁର୍ଲା ପୁଲିସ୍‌ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି।

ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା…ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରିଛନ୍ତି ଏନେଇ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।

You might also like