କଟକ ତାଳଦଣ୍ଡା କେନାଲ୍ ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର
କଟକ: କଟକ ରାଣୀହାଟ ପୋଲ ନିକଟ ତାଳଦଣ୍ଡା କେନାଲ ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ପୁଲିସ୍ ଏହି ମୃତଦେହକୁ ଉଦ୍ଧାର କରିଛି।
ମୃତକଙ୍କ ମୁଣ୍ଡରେ ଗଭୀର କ୍ଷତ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ମଙ୍ଗଳାବାଗ ପୁଲିସ୍, ସାଇଣ୍ଟିକ୍ଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମୃତ ବ୍ୟକ୍ତି ଜଣକ ଦିନ ମଜୁରିଆ ଭାବରେ କାମ କରୁଥିବା ଜଣାପଡ଼ିଛି। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଜଣାପଡ଼ିନାହିଁ।
ପୁଲିସ୍ ଘଟଣାର ତଦନ୍ତ କରୁଛି।