ବଲାଙ୍ଗିର : ୫୦ ବର୍ଷ ବିବାହ ବାର୍ଷିକୀରେ ଶରୀର ଦାନ । ଏଭଳି ନିଷ୍ପତ୍ତି ନେଇଛନ୍ତି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଦମ୍ପତି ବିଜୟ କୁମାର ବନଶଲ ଓ ପତ୍ନୀ ଇନ୍ଦୁ ବନଶଲ।
ମୃତ୍ୟୁ ପରେ ଭୀମଭୋଇ ମେଡ଼ିକାଲ କଲେଜକୁ ନିଜ ଶରୀର ଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ଏହି ଦମ୍ପତି । ବିବାହର ୫୦ ବର୍ଷ ପୂର୍ତ୍ତି ଅବସରରେ ଶରୀର ଦାନ ପାଇଁ ସତ୍ୟପାଠ ଦାଖଲ କରିଛନ୍ତି । ସମାଜସେବୀ ବିଜୟ କୁମାର ପୂର୍ବରୁ ଅନେକ ସାମାଜିକ କାମରେ ଯୋଗ ଦେବା ସହ ୫୦ରୁ ଅଧିକ ଥର ରକ୍ତଦାନ କରିଛନ୍ତି।