• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ମହୁଲିଆ ମାଣପଡ଼ା ଗାଁରେ ୪ ଦିନ ହେଲା ପଡ଼ି ରହିଛି ମା’ ଝିଅଙ୍କ ଶବ। ମାମୁ ଘର ଆଗରେ ଭାଣିଜୀର ମୃତଦେହ ପଡ଼ି ରହିଥିବା ବେଳେ ଆମ୍ବୁଲାନ୍ସ ଭିତରେ ପଡ଼ି ରହିଛି ମା’ର ମୃତଦେହ।

ସୂଚନାଥାଉ କି, ଗତ ୧୯ ତାରିଖରେ ମା’ ନିଖୋଜ ହେବା ପରେ ତାଙ୍କୁ ଖୋଜିବାକୁ ମାମୁ ଘରକୁ ଯାଇ ନିଖୋଜ ହୋଇଥିଲେ ଝିଅ। ୧୯ରେ ମା’ଙ୍କ ଓ ୨୦ ତାରିଖରେ ଝିଅର ମୃତଦେହ ଉଦ୍ଧାର ହୋଇଥିଲା।

ଅନ୍ୟପକ୍ଷରେ, ପୋଷ୍ଟମର୍ଟମ୍‌ ବେଳେ ଝିଅଟିର ପେଟରୁ କନ୍ୟା ଭ୍ରୁଣ ମିଳିବାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ମା’-ଝିଅଙ୍କ ମୃତ୍ୟୁ ପଛରେ ମାମୁ ଘର ଲୋକଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସମ୍ପୃକ୍ତ ଯୁବତୀଙ୍କ ମାମୁଙ୍କୁ ପୋଲିସ୍‌ ଅଟକ ରଖିଥିବା ବେଳେ ପରିବାରର ଅନ୍ୟ ସଦସ୍ୟଙ୍କ ଗିରଫ ଦାବି କରି ଯୁବତୀଙ୍କ ମାମୁ ଘର ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି ଗାଁ ଲୋକେ।

ଏହି ଘଟଣାକୁ ନେଇ ସ୍ଥାନୀୟ ତହସିଲଦାର, ଆଇଆଇସି ଓ ବିଡିଓ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ଆଜି ବୁଝାଶୁଝା କରିବାକୁ ଘଟଣାସ୍ଥଳକୁ ଯାଇଥିବା ବେଳେ ଗାଁ ଲୋକେ ସେମାନଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଧିକାରୀଙ୍କ ଗାଡ଼ି ଆଗରେ ବସି ମହିଳାମାନେ ଧାରଣା ଦେଇଛନ୍ତି।

Bodies-of-woman-daughter-lying-in-kendrapara-even-4-days-after-mysterious-death
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories