ଦୁଇ ଶିଶୁଙ୍କ ଗଳାକାଟି ନୃଶଂସ ହତ୍ୟା ; ରେଳ ଧାରଣା ନିକଟରୁ ମା’ର ମୃତଦେହ ଉଦ୍ଧାର

କଳାହାଣ୍ଡି ( ରାଜକୁମାର ସିଂହଦେଓ) : କଳାହାଣ୍ଡି ଭବାନୀପାଟଣାରେ ଚାଞ୍ଚଲ୍ୟ। ଦୁଇ ଶିଶୁପୁତ୍ର ଓ ମା’ର ମୃତଦେହ ଉଦ୍ଧାର। ଘର ଭିତରୁ ୨ ଶିଶୁଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଜିଲ୍ଲା ସଦର ଥାନା ସିଂହଝରଣ ଗାଁରେ ଘଟିଛି ଏ ଅଭାବନୀୟ ଘଟଣା।

ସୂଚନା ମୁତାବକ ,ମୃତ ମହିଳାଙ୍କ ନାଁ ବିମଳା ମାଝୀ। ଲିଙ୍ଗ ମାଝୀଙ୍କ ପତ୍ନୀ ବିମଳା ଦୁଇ ପିଲାଙ୍କ ସହ ରହୁଥିଲେ। ତେବେ ଗତ କିଛି ମାସ ଧରି ସ୍ୱାମୀ ଲିଙ୍ଗ ତାଙ୍କ ସହ ରହୁ ନଥିବାଲେ।

ଆଜି ସକାଳୁ ସିଂଝରଣ ଗାଁରେ ମହିଳାଙ୍କ ଘର ଭିତରୁ ୨ ଶିଶୁଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଥିଲା। ସେପଟେ କିଛି ଦୂରରେ ଥିବା ଗାଁ ପାଖ ରେଳଧାରଣାରୁ ମାଆର ମୃତଦେହ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଦୁଇ ଶିଶୁଙ୍କୁ ଅତି ନୃଶଂସ ଭାବେ ଗଳାକାଟି ହତ୍ୟା କରାଯାଇଛି। ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ସଦର ଥାନା ପୁଲିସ ଏହି ମାମଲାର ତଦନ୍ତ ଚଳାଇଛି।  ଭବାନୀପଟଣା ଡିଏସପି ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି।

You might also like