କୋଣାର୍କ (ସଞ୍ଜୟ ପତି): ନିମାପଡ଼ା କୁଶଭଦ୍ରା ନଦୀରେ ବୁଡ଼ିଯାଇଥିବା ୩ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଧିରପୁରର ବାଲିଘାଟ ନିକଟରେ ଗାଧୋଉଥିବା ବେଳେ ୩ ଜଣ ଛାତ୍ର ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ଏବଂ ନିମାପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ମୃତଦେହ ଉଦ୍ଧାର କରିଛନ୍ତି।
ଦୁଇ ଜଣ ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ନିମାପଡ଼ା ଅଟୋନମସ୍ କଲେଜର ଯୁକ୍ତ ୩ ଛାତ୍ର ଜ୍ୟୋତିରଞ୍ଜନ ସାହୁ ଏବଂ ନିମାପଡ଼ା ଡିଏଭି ସ୍କୁଲର ଦଶମ ଶ୍ରେଣୀ ଛାତ୍ର କମଳ ଲୋଚନ ଜେନା।
ଅନ୍ୟଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ। ଗତକାଲି ସକାଳେ ସେମାନେ ଗାଧୋଇାବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ବାଲି ଉଠାଣ ଯୋଗୁ ନଦୀରେ ଗଭୀର ଗଣ୍ଡ ସୃଷ୍ଟି ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।