ପରିବାରବର୍ଗଙ୍କୁ ହସ୍ତାନ୍ତର ହେଲା ୩ ମାଓବାଦୀଙ୍କ ଶବ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ବୁଧବାର ହୋଇଥିଲା ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିକାଣ୍ଡ। ଏଥିରେ ୫ ମାଓବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ମୃତଶରୀରକୁ ବ୍ୟବଚ୍ଛେଦ ପରେ ଶନିବାର ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି କୋରାପୁଟ ପୋଲିସ।

ଏହି ତିନିଜଣଙ୍କ ମଧ୍ୟରୁ ପାଲେଶୁ ୱେଙ୍କଟ କାମେଶ୍ୱରୀର ଘର ଆନ୍ଧ୍ର ପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଭିମାବରମ, ବିଡିକା ଲକ୍ଷ୍ମୀଙ୍କ ଘର ବିଜୟନଗରମ୍ ଜିଲ୍ଲାରେ ହୋଇଥିବା ବେଳେ କ୍ରିଷ୍ଣା ଓ୍ୱାଡେକା ନାରାୟଣପାଟଣା ବ୍ଲକ କାର୍ତ୍ତୁଲପେଟାର ବାସିନ୍ଦା ବୋଲି କୋରାପୁଟ ଏସ୍‌ପି ସୂଚନା ଦେଇଛନ୍ତି ।

ସେପଟେ ଏନକାଉଣ୍ଟରକୁ ବିରୋଧ କରି ମାମଲାର ତଦନ୍ତ କରିବାକୁ ଦାବି କରିବେ ବୋଲି କହିଛନ୍ତି ନିହତଙ୍କ ସମ୍ପର୍କୀୟ।

You might also like