ସାବେରୀ ନଦୀରେ ବୁଡ଼ିଲା ଡଙ୍ଗା; ୩ ନିଖୋଜ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍‌ର ନିଲିଗୁଡ଼ା ସ୍ଥିତ ସାବେରୀ ନଦୀରେ ଡଙ୍ଗା ବୁଡ଼ି ଯିବାରୁ ୩ ଜଣ ନିଖୋଜ ହୋଇ ଯାଇଛନ୍ତି। ସେମାନଙ୍କ ଘର ପଡ଼ିଆ ବ୍ଲକ୍‌ ‌ଅନ୍ତର୍ଗତ କୁମ୍ଭାରଗୁଡ଼ା ଗାଁରେ। ସେମାନେ ହେଲେ ଗାଁର ରାଜା କାବାସୀଙ୍କ ଦୁଇ ଝିଅ ମଲିକା କବସୀ, ଦିନେ କବାସୀ ଓ ଜଣେ ସ୍ଥାନୀୟ ଯୁବକ।

ଗତକାଲି ଅପରାହ୍ଣରେ ସେମାନେ ଏକ ଦେଶୀ ଡଙ୍ଗାରେ ସାବେରୀ ନଦୀରେ ଆସୁଥିଲେ। ତେବେ ମଝି ନଦୀରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୩ଜଣ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଥିବା ଯୁବକ ଜଣକ ଡଙ୍ଗା ଚଲାଉଥିଲେ।

ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗତକାଲି ସନ୍ଧ୍ୟାରୁ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ରାତି ହୋଇଯିବାରୁ ସନ୍ଧାନ କାର୍ଯ୍ୟ ବନ୍ଦ ରହିଥିଲା। ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି।

You might also like