ରାସନ ଦେଇ ଫେରୁଥିବା ବେଳେ ବୁଡିଗଲା ଡଙ୍ଗା
ମାଲକାନଗିରି: ଗୋଦାବରୀ ନଦୀରେ ଡଙ୍ଗା ବୁଡି ଜଣେ ନିଖୋଜ ଏବଂ ଦୁଇ ଉଦ୍ଧାର। ଏଭଳି ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ମୋଟୁ ନିକଟ ଚିନ୍ତୁରରେ। ନଦୀ ଭିତର ପିଲରରେ ପିଟି ହୋଇ ଡଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ଡଙ୍ଗାରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇପାରିଛି। ହେଲେ ଅନ୍ୟ ଜଣେ ଏପର୍ଯ୍ୟନ୍ତ ନିଖୋଜ ଥିବା ନେଇ ସୂଚନା ମିଳିଛି। ବନ୍ୟା ପ୍ରପୀଡିତଙ୍କୁ ରାସନ୍ ଦେଇ ଫେରୁଥିବା ବେଳେ ସନ୍ଧ୍ୟା ସମୟରେ ଡଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।