ଡଙ୍ଗାବୁଡ଼ିର ୪୮ ଘଣ୍ଟା ପରେ ମିଳିଲା ୪ଜଣଙ୍କ ମୃତ ଦେହ

ମାଲକାନଗିରି: ଡଙ୍ଗାବୁଡ଼ିର ୪୮ ଘଣ୍ଟା ପରେ ମିଳିଲା ମୃତ ଦେହ । ମାଲକାନଗିରି ଜିଲ୍ଲା ଡର୍ଲାବନ୍ଧ ନାଳରେ ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ଥିବା ୪ ଜଣଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ଗତ ସୋମବାରଠୁ ଏମାନେ ନିଖୋଜ ଥିଲେ।

ମୃତକଙ୍କ ମଧ୍ୟରେ ୫ ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ଅଛନ୍ତି। ସୋମବାର ଦିନ ଚାଷ କାମ ସାରି ଡଙ୍ଗାରେ ଘରକୁ ଫେରୁଥିବା ବେଳେ ଡର୍ଲାବନ୍ଧ ନାଳରେ ଡଙ୍ଗା ବୁଡ଼ି ଯିବାରୁ ଏମାନେ ନିଖୋଜ ଥିଲେ।  ସେମାନଙ୍କ ମଧ୍ୟରୁ ୩ ଜଣ ପହଁରି ପହଁରି କୂଳକୁ ଆସିଥିଲେ। ବାକି ୪ ଜଣ ନିଖୋଜ ଥିଲେ।

ଗତକାଲି ଠାରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବାଲିମେଳା ଜଳଭଣ୍ଡାରର ଗଭୀର ଜଳ ରାଶି ମଧ୍ୟରେ ଖୋଜା ଖୋଜି ଜାରି ରଖି ଥିଲେ।

You might also like