ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ୪ ନିଖୋଜ ଘଟଣା : ମିଳିଲା ଜଣଙ୍କ ମୃତଦେହ

ଢେଙ୍କାନାଳ( ରାଜଶ୍ରୀ ଶତପଥୀ)  : ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ତିନି ଦିନ ପରେ ମିଳିଲା ଜଣଙ୍କ ମୃତଦେହ। ଶନିବାର ମୋଟଙ୍ଗା ଥାନା ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ଯାଉଥିବାବେଳେ ଏକ ହୁଲି ଡଙ୍ଗା ବୁଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ୪ଜଣ ନିଖୋଜ ହୋଇଯାଇଥିଲେ।  ସର୍ଚ୍ଚ ଅପରେସନ ବେଳେ ବ୍ରାହ୍ମଣୀର ପାଣିଗେଙ୍ଗୁଟିଆ ଘାଟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।  ମୃତକ ହେଲେ ପର୍ଜଙ୍ଗ ଥାନା କୁନ୍ଦନଦେଈପୁର ଗାଁର ବିଶ୍ୱଜିତ୍ ଆଚାର୍ଯ୍ୟ।

ଅତ୍ୟଧିକ ଓଜନ ହେତୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିବା କୁହାଯାଉଛି। ଡଙ୍ଗାରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ପହଁରି ପହଁରି କୁନନ୍ଦେଇପୁର ଘାଟରେ ପହଞ୍ଚିଥିଲେ। ତେବେ ଅନ୍ୟ ୪ ଜଣ ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ସେପଟେ ବ୍ରାହ୍ମଣୀ ଡଙ୍ଗାବୁଡ଼ି ଘଟଣାରେ ନିଖୋଜଙ୍କୁ ଉଦ୍ଧାର କରାଯାଇପାରିନଥିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

You might also like