ଆଜି ସରୁଛି ବିଏମ୍‌ସିର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ୨୦୧୪ରେ ଲଗାତର ଦ୍ୱିତୀୟ ଥର ପାଇଁ ବିଜେଡି ୬୭ଟି ଆସନରୁ ୪୯ଟି ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା।

ଏଥିସହ ଅନନ୍ତ ନାରାୟଣ ଜେନା ମେୟର ଭାବେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ନେଇଥିଲେ। ୧୨ଜଣ କର୍ପୋରେଟର ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ। ସୁପ୍ରିମକୋର୍ଟରେ ପୌର ନିର୍ବାଚନ ସମ୍ପର୍କିତ ମାମଲାର ଶୁଣାଣି ଚାଲିଥିବାରୁ ଏବେ ବିଏମ୍‌ସିର ନିର୍ବାଚନ ହେବାର ସମ୍ଭାବନା ନାହିଁ। ଏଥିପାଇଁ ରାଜ୍ୟ ସରକାର ଜଣେ ପ୍ରଶାସକଙ୍କୁ ବିଏମ୍‌ସି ପ୍ରଶାସକ ଭାବେ ନିଯୁକ୍ତି ଦେଇପାରନ୍ତି।

 

You might also like