କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ବିଏମସି
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବିଏମସି ପକ୍ଷରୁ ଗଠିତ ହୋଇଛି ୩ଟି ସ୍ୱତନ୍ତ୍ର ଟିମ୍। ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଲାଗି ବିଏମସି ପକ୍ଷରୁ ୩ଟି ଟିମ ଗଠନ କରାଯାଇ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।
୩ ଜଣିଆ ଟିମରେ ୩ ଜଣ ଆଡ଼ିସିନାଲ କମିଶନର ଓ ୨ ଜଣ ଏନଫୋର୍ସମେଣ୍ଟ ଅଧିକାରୀ ଅଛନ୍ତି। ମାସ୍କ ଓ ସାନିଟାଇଜର୍ସର କଳାବଜାରୀର ତଦାରଖ କରିବେ ଏହି ଟିମ।
ଏହାସହ ସକାଳୁ ୨ ଘଣ୍ଟା ଧରି ବିଭିନ୍ନ ସ୍ଥାନ ବୁଲି ସଫେଇ କାର୍ଯ୍ୟର ମଧ୍ୟ ତଦାରଖ କରିବେ। ତେବେ କୌଣସି ବିବାହ କିମ୍ବା ରିସେପସ ପାର୍ଟିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇନଥିବା ସୂଚନା ମିଳିଛି।