ଲକ୍‌ଡାଉନ୍‌:‌ ଖୋଲିଥିଲେ ମିଠା ଦୋକାନ, ଗଣିଲେ ଫାଇନ୍‌

ଭୁବନେଶ୍ୱର: ଲକ୍‌ଡାଉନ୍‌ ବେଳେ ବିନା ଅନୁମତିରେ ମିଠା ଦୋକାନ ଖୋଲି ଥିବାବାରୁ ଜଣେ ଦୋକାନୀଙ୍କୁ ୫ ହଜାର ଟଙ୍କାର ଫାଇନ୍‌ ପଡ଼ିଛି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏହି ଫାଇନ୍‌ କାଟିଛି।

ସୂଚନା ଅନୁସାରେ, ବୋମିଖାଲ୍‌ ବ୍ରିଜ୍‌ ନିକଟରେ ଥିବା ଏକ ମିଠା ଦୋକାନୀ ଲକ୍‌ଡାଉନ୍‌ ବେଳେ ବିନା ଅନୁମତିରେ ଦୋକାନ ଖୋଲିଥିଲେ। ଫଳରେ ବିଏମ୍‌ସି ପକ୍ଷରୁ ସମ୍ପୃକ୍ତ ଦୋକାନର ମାଲିକଙ୍କୁ ୫,୦୦୦ ଟଙ୍କାର ଫାଇନ୍‌ କଟା ଯାଇଥିଲା।

ଅନ୍ୟପକ୍ଷରେ, ରାଜଧାନୀ ଭୁବନେଶ୍ୱରରେ ବଳବତ୍ତର ରହିବ ଲକ୍‌ଡାଉନ୍‌ କଟକଣା। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସ୍ପଷ୍ଟ କରିଛି।

ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇ କୁହାଯାଇଛି ଯେ, ଏବେ ବି ଭୁବନେଶ୍ୱର ହଟ୍‌ସ୍ପଟ୍‌ ବା ରେଡ୍ ଜୋନ୍ ବର୍ଗରେ ଥିବାରୁ ଲକ୍‌ଡାଉନ୍ କଟକଣା ବଳବତ୍ତର ରହିବ। କରୋନାକୁ ସଂକ୍ରମଣକୁ ରୋକିବା ପାଇଁ ପରବର୍ତ୍ତୀ ସମୀକ୍ଷା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।

ଏନେଇ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛି ବିଏମ୍‌ସି।

ଆହୁରି ପଢ଼ନ୍ତୁ

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

You might also like