ଭୁବେନଶ୍ୱର: ରାଜଧାନୀରେ ଡ୍ରେନେଜ୍ ସମସ୍ୟା ନେଇ ପୁଣି ବିଏମସିର କାରଣ ଦର୍ଶାଅ ନୋଟିସ୍। ୮ ନମ୍ବର ଡିଏଭି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଭୁବନେଶ୍ୱର ମହାନଗର ନିଗମ ଉଦ୍ବେଗ ପ୍ରକାଶ କରିଛି।
ବେଆଇନ୍ ଭାବେ ଡିଏଭି କର୍ତ୍ତୃପକ୍ଷ ରାସ୍ତା ଉପରେ ଇଟାବାଲି ସହ ଅଳିଆ ଜମା କରୁଥିବାରୁ ଏହା ଡ୍ରେନ୍ ପାଣିରେ ମିଶି ସମସ୍ୟା ସୃଷ୍ଟି କରୁଥିବା ଚିଠିରେ ଉଲ୍ଲେଖ ରହିଛି। ଏହି କାରଣରୁ କ’ଣ ପାଇଁ ଜରିମାନା ଆଦାୟ କରାଯିବନି, ୭ ଦିନ ମଧ୍ୟରେ ନୋଟିସର ଜବାବ ରଖିବାକୁ ବିଏମ୍ସି ନିର୍ଦ୍ଦେଶ ଦେଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ଦୁଇ ତିନି ଦିନ ତଳେ ଲଗାଣ ବର୍ଷାରେ ଟ୍ୱିନ୍ ସିଟି ଜଳାର୍ଣ୍ଣବ ହୋଇଥିଲା। କୃତ୍ରିମ ବନ୍ୟାରେ ଏକରକମ ଉବୁଟୁବୁ ହୋଇଥିଲା ରାଜଧାନୀ। ଅନେକ ଜାଗାରେ ଲୋକଙ୍କ ଘରେ ପାଣି ପଶିଥିଲା। କେଉଁଠି ଘାଈ ଭାଙ୍ଗିଲା ଭଳି ଘରେ ପଶିଲା ପାଣି ତ କେଉଁଠି ମନ୍ଦିର ବୁଡ଼ିଲା, ଠାକୁର ବି ବୁଡ଼ିଗଲେ। ତ୍ରୁଟିପୂର୍ଣ୍ଣ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ସହର ଜଳାର୍ଣ୍ଣବ ହୋଇଥିଲା ବୋଲିସ ବିଏମ୍ସି ଉପରେ ଦୋଷ ଲଦିଥିଲେ ରାଜଧାନୀବାସୀ।