କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏସବୁ ଅଞ୍ଚଳ ସିଲ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୬୭ ନମ୍ବର ୱାର୍ଡର କପିଳପ୍ରସାଦ ହାଉସିଂ ବୋର୍ଡର କଲୋନୀରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ସଂକ୍ରମଣ ରୋକିବାକୁ ସୁନ୍ଦରପଦା ଅଞ୍ଚଳକୁ ବିଏମସି ସିଲ୍‌ କରିଦେଇଛି।

ଭୁବନେଶ୍ୱର ମହାନଗର ନିଗମର ୬୭ ନମ୍ବର ୱାର୍ଡର କପିଳପ୍ରସାଦ ଓ ଏବରଙ୍ଗକୁ କଣ୍ଟେନ୍‌ମେଣ୍ଟ(ସଂକ୍ରମଣ) ଅଞ୍ଚଳ ଘୋଷଣା କରାଯାଇଛି। ସୁନ୍ଦରପଦା ମୁନସିପାଲଟି ହସ୍ପିଟାଲ କାଳୁଆସୁଣି ମନ୍ଦିର, ସେହିପରି କାଳୁଆସୁଣି ମନ୍ଦିରରୁ ଟାଟା ପ୍ରୋଜେକ୍ଟ ଯାଏ ସିଲ୍ କରାଯାଇଛି।

ସେହିପରି ସରକନ୍ତରା ନୂଆ କଲର୍ଭଟ ଯାଏ ସିଲ୍ ହୋଇଛି। ସେହିଭଳି ଟାଟା ପ୍ରୋଜେକ୍ଟରୁ ସରକନ୍ତରା ନୂଆ କଲର୍ଭଟ ଯାଏ ପୁରା ଅଞ୍ଚଳକୁ ସିଲ୍ କରାଯାଇଛି।

ସେହିଭଳି ଓ୍ୱାଡ୍ ନମ୍ବର ୬୪ର ଯଦୁପୁର ଓ ବେଗୁନିଆକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳର ପାଲାମଣ୍ଡପ ଛକରୁ ଯଦୁପୁର ଗାଁ, ପାଣିଟାଙ୍କିରୁ ଯଦୁପୁର ଗାଁକୁ ସିଲ୍ କରାଯାଇଛି।

ସେହିଭଳି ମୁଖ୍ୟ ରାସ୍ତା ଅଟୋ ଷ୍ଟାଣ୍ଡରୁ ଯଦୁପୁର ଗାଁ ଏବଂ ଆମ୍ବେଦକର ଶିକ୍ଷା କେନ୍ଦ୍ରରୁ ଯଦୁପୁର ଗାଁ ଅଞ୍ଚଳକୁ ସିଲ୍ କରାଯାଇଛି। ଏହି ଅଞ୍ଚଳର ଲୋକଙ୍କୁ ଘରରୁ ବାହାରିବାକୁ ମନା କରାଯାଇଛି।

କୌଣସି ମତେ ଏମାନେ ଘରୁ ବାହାରିବେ ନାହିଁ। ସମସ୍ତ ଦୋକାନ ବଜାର ଏହି ଅଞ୍ଚଳରେ ବନ୍ଦ ରହିବ। କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ଆବଶ୍ୟକ ହେଲେ ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳରେ ଯୋଗାଇବାକୁ ବ୍ୟବସ୍ଥା ହୋଇଛି। ଆଗରୁ ଭୁବନେଶ୍ୱରର ସୂର୍ଯ୍ୟନଗର ଅଞ୍ଚଳ ଓ ବମିଖାଳଲ ଅଞ୍ଚଳ ସିଲ୍ କରିଦିଆଯାଇଛି।

ସ୍ଥାନୀୟ ଲୋକଙ୍କ ଜରୁରୀ ଆବଶ୍ୟକତା BMCର ଟିମ ପୂରଣ କରିବ। ଏଥିପାଇଁ BMC ୪ ଜଣିଆ ଟିମ ଗଠନ କରିଛି। ସାନିଟେସନ୍ ପାଇଁ ଡ. ଦେବୀକାନ୍ତ ଧମିଲ AHO, BMC ଫୋ-୯୪୩୭୦୨୮୯୪୫, ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ କମଲଜିତ ଦାସ OAS; ଫୋ- ୯୪୩୯୪୩୧୬୭୨, ସ୍ୱାସ୍ଥ୍ୟ ସେବା ପାଇଁ ଡ. ବିଜୟଲକ୍ଷ୍ମୀ ପଣ୍ଡା; ଫୋ-୯୩୩୭୩୯୭୧୩୪ ଓ ଆକ୍ଟିଭ୍‌ ସର୍ଭିଲାନ୍ସ ଡ. ଶୁଭମ୍ ପୁହାଣ; ଫୋ- ୭୯୭୮୨୦୦୦୫୯ ରହିଛନ୍ତି।

ସଂପୃକ୍ତ ଅଞ୍ଚଳ ମଧ୍ୟରେ ଥିବା ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ। ଆସନ୍ତାକାଲି ଏହି ଅଞ୍ଚଳକୁ ସାନିଟାଇଜ୍‌ କରାଯିବ। ଏପରିକି ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବେ। ଆବଶ୍ୟକ ପଡ଼ିଲେ ରକ୍ତ ନମୂନା ସଂଗ୍ରହ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି।

You might also like