• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର:ରାଜଧାନୀର କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା ହୋଇଥିବା ସ୍ଥାନକୁ ବିଏମ୍‌ସି ପକ୍ଷରୁ ବିଶୋଧନ କରାଯାଇଛି। ଦୁଇଟି ଡ୍ରୋନ ସାହାର୍ଯ୍ୟରେ ଆକାଶମାର୍ଗରୁ ଏହି ବିଶୋଧନ ପ୍ରକ୍ରିୟା ଚାଲିଛି । ସହରର ବିଭିନ୍ନ ସ୍ଥାନରେ ବିଶୋଧନ ସିଞ୍ଚନ କରାଯାଉଛି। ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ର ମିଳିତ ପ୍ରୟାସରେ ଏହି କାର୍ଯ୍ୟ କରାଯାଇଥିଲା।

ରାଜମହଲ ଛକଠାରୁ ଆରମ୍ଭ କରି ଶିଶୁଭବନ ଛକ ପର୍ଯ୍ୟନ୍ତ ବିଶୋଧନ ସିଞ୍ଚନ କରାଯାଇଥିଲା। ତଳୁ ପ୍ରାୟ ୩୦ ଫୁଟ୍ ଉଚ୍ଚରେ ରହି ପ୍ରଥମ ଡ୍ରୋନ ରାସ୍ତାର ନୀରିକ୍ଷଣ କରିଥିଲା,  ଅନ୍ୟ ଏକ ଡ୍ରୋନ୍ ରାସ୍ତାରୁ ଦୁଇ ଫୁଟ୍ ଉଚ୍ଚରେ ରହି ବିଶୋଧନ ସିଞ୍ଚନ କରିଥିଲା। ଗୋରୁଗାଇ ତଥା କୌଣସି ମଷିଣଙ୍କ ଉପରେ ଯେପରି ଏହି ବିଶୋଧନ ନପଡ଼େ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା।

ସେହିପରି ପୁରୀ ରେଳଷ୍ଟେସନର ସୁରକ୍ଷାକୁ  ଡ୍ରୋନ ମାଧ୍ୟମରେ ଯାଞ୍ଚ କରାଯାଉଛି। ଏଠି ୮ଟି ପ୍ଲାଟଫର୍ମରେ ୨୭ଟି ଇଞ୍ଜିନ ରହିଛି। ଏଥିସହିତ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଆଇସୋଲେସନ କୋଚ୍ ର୍ନିମାଣ କରାଯାଉଛି। ତେଣୁ ଏସବୁର ସୁରକ୍ଷା ସହ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚଳପ୍ରଚଳ ଉପରେ ନଜର ରଖାଯାଇଛି। କରୋନା ସଂକ୍ରମଣକୁ ନଜରରେ ରଖି ମେ ୩ ପର୍ଯ୍ୟନ୍ତ ସାରା ଦେଶରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିଛି।

 

 

Bmc-refines-drone-to-air-content-area
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories