ଆଜି ସନ୍ଧ୍ୟା ୬ରୁ ରାଜଧାନୀର ଏହିସବୁ ହାଟ ବନ୍ଦ

ଭୁବନେଶ୍ୱର: କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ ଥିବା କିଛି ହାଟ ଉପରେ ବିଏମ୍‌ସି କଟକଣା ଲଗାଇଛି। ଏହି ହାଟ ଗୁଡ଼ିକ ଆଜିଠୁ ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ। ଏଣିକି ଏହି ହାଟ ଗୁଡ଼ିକ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଖୋଲା ରହିବ। ସନ୍ଧ୍ୟା ୬ଟା ପରେ ଜନଗହଳିକୁ ଦୃଷ୍ଟିରେ ରଖି ହାଟଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱର ମହାନଗର ନିଗମର ନିର୍ଦ୍ଦେଶ ଅନୁସାରେ, ୟୁନିଟ-୧ ଡେଲି ମାର୍କେଟ୍/ ହାଟ, ୟୁନିଟ-୨ ମାର୍କେଟ୍, ସହିଦନଗର ଡେଲି ମାର୍କେଟ୍, ରୁଚିକା ଡେଲି ମାର୍କେଟ୍, ଓଲ୍ଡ ଟାଉନ ଡେଲି ମାର୍କେଟ୍, ଇନ୍ଦ୍ରଧନୁ ଡେଲି ମାର୍କେଟ୍ ଓ ଡମଣା ହାଟ ସକାଳ ୬ଟାରୁ ସଂଧ୍ୟା ୬ଟା  ଯାଏ ଖୋଲା ରହିବ।

ଏଥିସହ ୟୁନିଟ-୩ ଡେଲି ମାର୍କେଟ୍, ବାପୁଜି ନଗର ମାର୍କେଟ୍ କିଓସ୍କ, ଗଣ୍ଡମୁଣ୍ଡା ଡେଲି ମାର୍କେଟ୍, ଶିରିପୁର ଡେଲି ମାର୍କେଟ୍, ବିଜେବି ନଗର ଡେଲି ମାର୍କେଟ୍, ଭିଏସ୍ଏସ୍ ନଗର ଡେଲି ମାର୍କେଟ୍, ନାଗେଶ୍ୱର ଟାଙ୍ଗି ଡେଲି ମାର୍କେଟ୍, ମା କୋଚିଳେଇ ଡେଲି ମାର୍କେଟ୍, କପିଳପ୍ରସାଦ ସାପ୍ତାହିକ ହାଟ ଓ ୟୁନିଟ-୪ ଡେଲି ମାର୍କେଟ୍ ମଧ୍ୟ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ।

ମୋଟ ୧୭ଟି ହାଟ ଉପରେ ମାର୍ଚ୍ଚ ୩୧ ଯାଏ କଟକଣା ଲାଗୁ ହେବ। ଆବଶ୍ୟକ ହେଲେ ଅନ୍ୟ ହାଟଗୁଡ଼ିକ ଉପରେ ବି ଏହି କଟକଣା ଲଗାଯାଇପାରେ ବୋଲି ଜଣାପଡ଼ିଛି।

You might also like