ବିଏମ୍‌ସି କଟକଣା- ସକାଳ ୬ଟାରୁ ସଂଧ୍ୟା ୬ ଯାଏ ଖୋଲା ରହିବ ହାଟ

ଭୁବନେଶ୍ୱର: କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ ଥିବା ପ୍ରମୁଖ ହାଟ ଉପରେ ବିଏମ୍‌ସି କଟକଣା ଲଗାଇଛି। ବିଏମ୍‌ସି ଅଧିନରେ ଆସୁଥିବା ପ୍ରମୁଖ ହାଟ ଗୁଡ଼ିକ ଏଣିକି ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଖୋଲା ରହିବ। ଏହାପରେ ହାଟ ଗୁଡ଼ିକ ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ।

ହାଟରେ  ବିଭିନ୍ନ ପ୍ରକାରର ଜିନିଷ ଯେପରିକି ପରିବାଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ମିଳିଥାଏ। ଯେହେତୁ ଗୋଟିଏ ସ୍ଥାନରେ ସମସ୍ତ ଜିନିଷ ମିଳିଥାଏ, ତେଣୁ ହାଟରେ ଲୋକଙ୍କ ଭିଡ଼ ଜମିଥାଏ। ତେବେ କରୋନାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ପ୍ରମୁଖ ହାଟ ଗୁଡ଼ିକ ଉପରେ ଏଭଳି କଟକଣା ଲଗାଯାଇଛି।

ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ନିର୍ଦ୍ଦେଶ ଅନୁସାରେ, ୟୁନିଟ-୧ ଡେଲି ମାର୍କେଟ୍/ ହାଟ, ୟୁନିଟ-୨ ମାର୍କେଟ୍, ସହିଦନଗର ଡେଲି ମାର୍କେଟ୍, ରୁଚିକା ଡେଲି ମାର୍କେଟ୍, ଓଲ୍ଡ ଟାଉନ ଡେଲି ମାର୍କେଟ୍, ଇନ୍ଦ୍ରଧନୁ ଡେଲି ମାର୍କେଟ୍ ଓ ଡମଣା ହାଟ ସକାଳ ୬ଟାରୁ ସଂଧ୍ୟା ୬ଟା  ଯାଏ ଖୋଲା ରହିବ। ମାର୍ଚ୍ଚ ୩୧ ଯାଏ ଏହି କଟକଣା ଲାଗୁ ହେବ। ଏହାସହ ଅନ୍ୟ ହାଟ ଗୁଡ଼ିକର ସ୍ଥିତି ଜଣାଇବାକୁ ଜୋନାଲ ଡିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଅନ୍ୟ ହାଟ ଗୁଡ଼ିକରେ ବି କଟକଣା ଲଗାଯିବ ବୋଲି ସୂଚନା ମିଳିଛି।

 

You might also like