• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: BMC ଅଞ୍ଚଳରେ ବିଭିନ୍ନ ସମୟରେ ଆୟୋଜିତ ସମାବେଶ ଉପରେ ଜାରି ହେଲା କଟକଣା। ରାଜଧାନୀରେ କୋଭିଡ୍ କଟକଣା ଉଲ୍ଲଂଘନ କରି ରାଜନୈତିକ ସଭା, ସମିତି ଏବଂ ସମାବେଶ କରୁଥିବା ସଂଗଠନ ଉପରେ ତୁରନ୍ତ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।

ବିଏମ୍ସି ଅଧିନ ସମସ୍ତ ଥାନାର ଆଇଆଇସିଙ୍କୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ବିଏମ୍ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ। ଉପରିସ୍ଥ ଅଧିକାରୀ  କିମ୍ବା ବିଏମ୍ସିର ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା ନକରି ଥାନାର ଆଇଆଇସିଙ୍କୁ ଉଲ୍ଲଂଘନକାରୀଙ୍କ ବିରୋଧରେ ତୁରନ୍ତ ଏବଂ ଉପଯୁକ୍ତ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ସମାବେଶ ବନ୍ଦ ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ସମାବେଶ କାରଣରୁ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ଏଭଳି କଟକଣା ଜାରି ହୋଇଛି।

ଆଜି ଭୁବନେଶ୍ୱର ସହରରୁ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୫ରୁ ୩୭ଜଣ କ୍ୱାରେଣ୍ଟିନରେ ଥିବା ବେଳେ ୮ ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ସେହିଭଳି ଆଜି ରାଜ୍ୟରୁ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୪୯୫ ମଧ୍ୟରୁ ୩୫୫ କ୍ୱାରେଣ୍ଟିନରୁ, ୧୪୦ ଲୋକାଲ୍ କେସ ରହିଛି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୬୧କୁ ବୃଦ୍ଧି ପାଇଛି।

Bmc-order-on-prohibition-of-demonstration-and-rally-in-bhubaneswar-due-to-corona-case-surge
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories