ଏଥର ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା

ରୁକୁଣା ରଥଯାତ୍ରା ନେଇ ମିଳିଲା ସରକାରଙ୍କ ଅନୁମତି

  • ବିନା ଭକ୍ତରେ ହେବ ଚଳିତ ବର୍ଷର ରୁକୁଣା ରଥଯାତ୍ରା
  • ରୁକୁଣା ରଥଯାତ୍ରା ନେଇ ମିଳିଲା ସରକାରଙ୍କ ଅନୁମତି
  • ରଥଯାତ୍ରା ଆୟୋଜନ ନେଇ SOP ଜାରି କଲା ବିଏମ୍ସି

ଭୁବନେଶ୍ୱର: ରୁକୁଣା ରଥକୁ ମିଳିଲା ଗ୍ରୀନ ସିଗନାଲ। ବିନା ଭକ୍ତରେ ଚଳିତଥର ରୁକୁଣା ରଥଯାତ୍ରା ହେବ। ରଥଯାତ୍ରା କରିବାକୁ ଅନୁମତି ଦେଲେ ସରକାର। ତେବେ ଯାତ୍ରା ଆୟୋଜନ ନେଇ ବିଏମସି ଗାଇଡ୍‌ଲାଇନ ଜାରି କରିଛି। ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ଭାବରେ ବଢୁଥିବାରୁ ଏବର୍ଷ ବିନା ଭକ୍ତରେ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା କରିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି। ଲକ୍ଷ ଲକ୍ଷ ଭକ୍ତ ଉତ୍ସୁକତାର ସହ ଅପେକ୍ଷା କରିଥିଲେ ଯେ, କେତେ ବେଳେ ତାଙ୍କର ପ୍ରିୟ ପ୍ରଭୁ ରଥାରୂଢ଼ ହେବେ ଓ ଶ୍ରୀଲିଙ୍ଗରାଜଙ୍କୁ ରଥ ଉପରେ ଆଖି ପୂରାଇ ଦେଖିବେ। ହେଲେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିଲାନାହିଁ । ପୂର୍ବବର୍ଷ ପରି ଏବର୍ଷ ବି ରୁକୁଣା ରଥ ଟାଣିପାରିବେନି ଶ୍ରଦ୍ଧାଳୁ। ସଂକ୍ରମଣ ବଢ଼ୁଥିବା ବେଳେ ପରମ୍ପରା ରକ୍ଷା କରି କିପରି ଯାତ୍ରା ହୋଇ ପାରିବ ସେ ନେଇ ଅନୁରୋଧ କରାଯାଇଥିଲା। ଆଉ ଆଜି କରୋନା କଟକଣା ମଧ୍ୟରେ ଯାତ୍ରା ହେବା ନେଇ ଅନୁମତି ମିଳିଛି।

ପ୍ରଶାସନର ନିଷ୍ପତ୍ତି ଅନୁସାରେ ଅଳ୍ପ ସଂଖ୍ୟକ ସେବାୟତ ରଥ ଉପରେ ରହିବେ। କେବଳ ପୋଲିସ ଓ ସେବାୟତ ହିଁ ରଥ ଟାଣିପାରିବେ ବୋଲି ସୂଚନା ରହିଛି। ତେବେ ବାହାରୁ ଛିଡ଼ା ହୋଇ ଭକ୍ତମାନେ ରୁକୁଣା ରଥଟଣାର ଦୃଶ୍ୟ ଉପଭୋଗ କରିପାରିବେ। କିନ୍ତୁ ରଥ କଡ଼ର୍ନ ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।

ବିଏମସି କମିଶନର ପ୍ରେମଚନ୍ଦ୍ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗତକାଲି ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି । ଏହାସହ ବିଡିଏ କାର୍ଯ୍ୟାଳୟରେ ବସିଥିବା ବୈଠକରେ ୪ ନିଯୋଗ, ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସହ ଆଲୋଚନା କରିଥିଲେ ବିଏମସି କମିଶନର। ଏଠାରେ ଆମେ କହିରଖୁଛୁ ଯେ, ରାଜ୍ୟରେ ଭୟଙ୍କର ହେବାରେ ଲାଗିଛି କରୋନା। ୨୪ ଘଂଟାରେ ରାଜ୍ୟରେ ୧୨୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଲଗାତାର ଭାବରେ କରୋନା ସଂକ୍ରମଣ ରାଜ୍ୟରେ ବଢିବାରେ ଲାଗିଛି। ଗତକାଲି ତୁଳନାରେ ଆଜି ଆହୁରି ବଢିଛି ସଂକ୍ରମଣ। ଗତକାଲି ରାଜ୍ୟରେ ରାଜ୍ୟରେ ୮୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୫୧୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୩୬୧ ରହିଥିଲା। ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୩୧ ଚିହ୍ନଟ ହୋଇଥିଲେ ଆକ୍ରାନ୍ତ।

You might also like